ନୂଆଦିଲ୍ଲୀ: କୁଏତ୍ର ଜାତୀୟ ବିଧାନସଭାର (ପାର୍ଲାମେଣ୍ଟ୍) ଲିଗାଲ୍ ଆଣ୍ଡ୍ ଲେଜିସ୍ଲେଟିଭ୍ କମିଟି ପ୍ରବାସୀ କ୍ବୋଟା ବିଲ୍ର ଏକ ଚିଠାକୁ ଅନୁମୋଦନ କରିଛି। ଫଳରେ ସେଠାରେ ବସବାସ କରୁଥିବା ୮ ଲକ୍ଷ ଭାରତୀୟଙ୍କୁ ଦେଶ ଛାଡ଼ିଯିବାକୁ ବାଧ୍ୟ କରାଯାଇପାରେ।
କମିଟି କହିବା ଅନୁସାରେ, ଏହି ଚିଠା ବିଲ୍ ସାମ୍ବିଧାନିକ ଏବଂ ଜନସଂଖ୍ୟାର ୧୫% ମଧ୍ୟରେ ଭାରତୀୟଙ୍କୁ ସୀମିତ ରଖିବା ଏହାର ଉଦ୍ଦେଶ୍ୟ। ଏଥିପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତି କରାଯିବା ନିମନ୍ତେ ଉକ୍ତ ବିଲ୍କୁ ସମ୍ପୃକ୍ତ କମିଟିକୁ ପଠାଇଦିଆଯିବ।
/sambad/media/post_attachments/wp-content/uploads/2020/07/Kuwait-1.jpg)
ଦେଶର ସମୁଦାୟ ପ୍ରବାସୀ ଜନସଂଖ୍ୟା ୭୦% ରୁ ୩୦%କୁ ହ୍ରାସ କରାଯିବ ବୋଲି କୁଏତ୍ର ପ୍ରଧାନମନ୍ତ୍ରୀ କହିବାର ମାସେ ପରେ ଏ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
କୁଏତ୍ ସରକାରଙ୍କ ତଥ୍ୟ ଅନୁସାରେ, କୁଏତ୍ର ସମୁଦାୟ ୪. ୮ ନିୟୁତ ଜନସଂଖ୍ୟାରୁ ବିଦେଶୀ ହେଉଛନ୍ତି ୩. ୪ ନିୟୁତ। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟକୁ ଉଦ୍ଧାର କରି ‘ଗଲ୍ଫ୍ ନିଉଜ୍’ କହିଛି, ନୂଆ ବିଲ୍ କାରଣରୁ ୮ ଲକ୍ଷ ଭାରତୀୟ କୁଏତ ଛାଡ଼ିବେ। କୁଏତ୍ରେ ୧. ୪୫ ନିୟୁତ ଭାରତୀୟ ପ୍ରବାସୀ ଭାବେ ଅଛନ୍ତି। ସେଠାରେ ସର୍ବବୃହତ ପ୍ରବାସୀ ସମୁଦାୟ ଭାବେ ଭାରତୀୟ ରହିଛନ୍ତି।