କୋଚି: କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ପାର୍ଥିବ ଶରୀରକୁ ନେଇ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଆଜି ଦିନ ପ୍ରାୟ ସାଢ଼େ ୧୦ଟାରେ କେରଳର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। କେନ୍ଦ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ମଧ୍ୟ ଏହି ବିମାନରେ ଥିଲେ। ବିମାନଟି ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ମଧ୍ୟ କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ।
ଏହି ଅଗ୍ନିକାଣ୍ଡରେ କେରଳର ୨୩, ତାମିଲନାଡୁର ୭, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶର ୩ ଜଣ ଲେଖାଏଁ, ଓଡ଼ିଶାର ୨ ଜଣ ଏବଂ ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ପଞ୍ଜାବ, ହରିୟାଣା ଓ ଝାଡ଼ଖଣ୍ଡର ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସ୍ୱତନ୍ତ୍ର ବିମାନ ଅବତରଣ କରିବା ପୂର୍ବରୁ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରର ଆମଦାନି କାର୍ଗୋ ଟର୍ମିନାଲ ବାହାରେ ପ୍ରାୟ ୩୫ଟି ଆମ୍ବୁଲାନ୍ସ ଓ ସମାନ ସଂଖ୍ୟକ ପୁଲିସ ଗାଡ଼ି ମୁତୟନ ଥିଲା।
ଗୁରୁବାର କୁଏତ କର୍ତ୍ତୃପକ୍ଷ ବିଦେଶୀ ଶ୍ରମିକ ରହୁଥିବା କୋଠାରେ ଅଗ୍ନିକାଣ୍ଡ ଘଟି ୪୫ ଜଣ ଭାରତୀୟ ଓ ୩ ଜଣ ଫିଲିପାଇନ୍ସ ନାଗରିକଙ୍କ ମୃତଦେହ ଚିହ୍ନଟ କରିଥିଲେ। କୁଏତ ଏହି ଘଟଣାର ତୁରନ୍ତ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି। ଦିଲ୍ଲୀସ୍ଥିତ କୁଏତ ଦୂତାବାସ ପକ୍ଷରୁ କୁଏତର ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhsfhsfhsfhsfh.jpg)