ନୂଆଦିଲ୍ଲୀ: କୁଏତ ଅଗ୍ନିକାଣ୍ଡରେ ବଢ଼ୁଛି ମୃତକଙ୍କ ସଂଖ୍ୟା । ୪୯ ମୃତକଙ୍କ ମଧ୍ୟରେ ୪୨ଜଣ ଭାରତୀୟ ଚିହ୍ନଟ ହୋଇଛନ୍ତି । ତେବେ କିଛି ମୃତକଙ୍କ ପରିଚୟ ମିଳିପାରୁନି । ତେଣୁ ଡିଏନଏସ ଟେଷ୍ଟ ଆରମ୍ଭ ହୋଇଛି । ଏମାନଙ୍କ ମଧ୍ୟରେ ଆଉ କିଛି ଭାରତୀୟ ଥିବା ଆଶଙ୍କା କରାଯାଉଛି । ମୃତ ୪୨ ଭାରତୀୟଙ୍କ ମଧ୍ୟରେ ୨୯ଜଣ କେରଳ ବାସିନ୍ଦା ବୋଲି ଜଣାପଡିଛି। ଘଟଣାକୁ ନେଇ କୁଏତ ଦୂତାବାସ ସହ ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର କଥା ହେବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନଯୋଗେ ଭାରତୀୟଙ୍କ ମୃତ ଦେହ ଅଣାଯାଉଛି। ସେପଟେ ମୃତକଙ୍କ ଘରେ ଶୋକର ଛାୟା ଖେଳିଯାଇଛି । ସର୍ମ୍ପକୀୟଙ୍କ ଶବକୁ ତୁରନ୍ତ ଫେରାଇ ଆଣିବାକୁ ଗୁହାରୀ କରିଛନ୍ତି ପରିଜନ।
କୁଏତର ମଙ୍ଗାଫ ଅଞ୍ଚଳରେ ଥିବା ଏକ କୋଠାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଭାରତୀୟଙ୍କ ମୃତଦେହଗୁଡ଼ିକୁ ଫେରାଇ ଆଣିବେ ଭାରତ ସରକାର। ଏଥିପାଇଁ ଭାରତୀୟ ବାୟୁସେନାକୁ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ କୁଏତ ସରକାର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ରୁ ଅଧିକ ଭାରତୀୟଙ୍କ ମୃତଦେହର ଡିଏନଏ ପରୀକ୍ଷା କରୁଛନ୍ତି ଏବଂ ସେମାନଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ବାୟୁସେନାର ସୁପର ହରକୁଲେସ୍ ବିମାନକୁ ପ୍ରସ୍ତୁତ ରଖାଯାଇଛି। ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଏବଂ ମୃତକଙ୍କ ଶବକୁ ଶୀଘ୍ର ଫେରାଇ ଆଣିବା ପାଇଁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କୁଏତରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/1718259199_kuwait-fire-tragedy.jpg)