ମଙ୍ଗଫ୍ (କୁଏତ୍): ଗତ ବୁଧବାର କୁଏତ୍ର ଦକ୍ଷିଣରେ ଅବସ୍ଥିତ ମଙ୍ଗଫ୍ ସହରର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସର୍ବାଧିକ ୪୦ଜଣ ଭାରତୀୟ ଅଛନ୍ତି।
ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୦ଜଣ ଭାରତୀୟଙ୍କ ମଧ୍ୟରୁରେ ୩୩ବର୍ଷର ରଞ୍ଜିତ ବି ଅଛନ୍ତି। ଯିଏକି ଏନ୍ବିଟିସିର ଆକାଉଣ୍ଟାଣ୍ଟ ଥିଲେ। ରଞ୍ଜିତଙ୍କ ଜଣେ ସାଙ୍ଗ ଏହି ଦୁଃଖଦ ଘଟଣାକୁ ନେଇ କହିଛନ୍ତି, ରଞ୍ଜିତ ଘରକୁ ଆସିବା ପାଇଁ ଛୁଟି ନେଇଥିଲା। ତାର ଟିକେଟ କର୍ଣ୍ଣଫର୍ମ ହୋଇ ନଥିଲା। ତେଣୁ ସେ ଏନ୍ବିଟିସି ଗ୍ରୁପ୍ର କୋଠାରେ ରହି ଯାଇଥିଲା। ତାର ବିବାହ ଠିକ ହୋଇଯାଇଥିଲା। ଖୁବ ଅଳ୍ପ ଦିନରେ ରଞ୍ଜିତର ବିବାହ ହୋଇଥାଆନ୍ତା। କିନ୍ତୁ ଏହି ଅଗ୍ନିକାଣ୍ଡ ସମସ୍ତ ସ୍ବପ୍ନକୁ ଅଧାରେ ଅଟକାଇ ଦେଲା।
କୁଏତ୍ର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନ୍ବିଟିସି ଗ୍ରୁପ୍ର ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା। ଏଥିରେ ୧୯୫ଜଣ ଶ୍ରମିକ ଓ ସଂସ୍ଥାର କର୍ମଚାରୀ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଏବଂ ସେମାନେ କେରଳ, ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକ। ଏହି ଦୁଃଖଦ ଘଟଣାକୁ ନେଇ ବିଶ୍ବ ସ୍ତବ୍ଧ ହୋଇଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/f575323c-8426-492d-a7fd-08c21ca1bcf7.jpg)