ନୂଆଦିଲ୍ଲୀ : କୁଏତର ଅମିର ଶେଖ ସବାହ ଅଲ-ଅହମଦ ବିଭିନ୍ନ ଜେଲ୍ରେ ବନ୍ଦୀ ଥିବା ୨୨ ଭାରତୀୟ କଏଦୀଙ୍କୁ ମୁକ୍ତ ଘୋଷଣା କରିଛନ୍ତି ଏବଂ ଅନ୍ୟ ୯୭ ଜଣ କଏଦୀଙ୍କ ଦଣ୍ଡାଦେଶ କୋହଳ କରିଛନ୍ତି। କୁଏତ ସହରରେ ଥିବା ଭାରତର ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆରବ ସରକାରଙ୍କ ପକ୍ଷରୁ ଖଲାସ କରାଯାଇଥିବା ଏବଂ ଦଣ୍ଡାଦେଶ କୋହଳ କରାଯାଇଥିବା ମୋଟ ୧୧୯ଜଣ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ କୁଏତ୍ କର୍ତ୍ତୃପକ୍ଷ ୧୫ ଜଣ ଭାରତୀୟଙ୍କ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିବା ଘୋଷଣା କରିଛନ୍ତି।
୨୨ ଭାରତୀୟଙ୍କୁ ମୁକ୍ତ କଲା କୁଏତ, ୯୭ ବନ୍ଦୀଙ୍କ ଦଣ୍ଡାଦେଶ କୋହଳ
/sambad/media/post_attachments/wp-content/uploads/2017/10/untitled-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)