ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦୁଇ ଦିନିଆ କୁଏତ ଗସ୍ତ ଶେଷ କରି ଭାରତ ଫେରୁଛନ୍ତି । ତେବେ ଭାରତ ଫେରିବାବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଯାଇଥିଲା । କୁଏତର ପ୍ରଧାନମନ୍ତ୍ରୀ ଶେଖ୍ ଅହମ୍ମଦ ଅଲ୍ ଅବଦୁଲ୍ଲା ଅଲ୍-ଅହମ୍ମଦ ଅଲ୍-ସବା ତାଙ୍କୁ ବିମାନବନ୍ଦରରେ ବିଦାୟ ଦେବାକୁ ଆସିଥିଲେ। ଏହାକୁ ଏକ ବିରଳ ଘଟଣା ବୋଲି ମନେକରାଯାଉଛି, କାରଣ ସାଧାରଣତଃ କୌଣସି ଦେଶର ପ୍ରଧାନମନ୍ତ୍ରୀ ପ୍ରୋଟକଲ ଭାଙ୍ଗି ଅନ୍ୟଏକ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏୟାରପୋର୍ଟରେ ବିଦାୟ ଦେବାକୁ ଆସିନଥାନ୍ତି । ଏହି ନେତାମାନଙ୍କର ଏହି ବ୍ୟକ୍ତିଗତ ବନ୍ଧୁତା ଦୁଇ ଦେଶର ଦ୍ବିପାକ୍ଷିକ ବନ୍ଧୁତ୍ବର ଗୁରୁତ୍ବକୁ ଦର୍ଶାଉଛି । ଏହା ପୂର୍ବରୁ ଆଜି ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା । 

Advertisment

ଭାରତ ଓ କୁଏତ୍ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କୁଏତ ଅମୀର ଶେଖ୍ ମେଶାଲ ଅଲ୍-ଅହମ୍ମଦ ଅଲ୍-ଜାବେର୍ ଅଲ୍-ସବାଙ୍କ ସହ ଅନ୍ୟ କୁଏତ ନେତାଙ୍କ ସହ ରଣନୈତିକ ଭାଗିଦାରୀରେ ପରିଣତ ହୋଇଛନ୍ତି। ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେମାନେ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଆମିରଙ୍କ ବ୍ୟତୀତ ମୋଦୀ କୁଏତ ପ୍ରଧାନମନ୍ତ୍ରୀ ଅହମ୍ମଦ ଅବଦୁଲ୍ଲା ଅଲ-ଅହମ୍ମଦ ଅଲ-ସବା ଏବଂ କ୍ରାଉନ ପ୍ରିନ୍ସ ସବା ଅଲ-ଖାଲିଦ ଅଲ-ହମାଦ ଅଲ-ମୁବାରକ ଅଲ-ସବାଙ୍କ ସହ ବିସ୍ତୃତ ଆଲୋଚନା କରି ସାମଗ୍ରିକ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ଗତି ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ।