ଆଡେନ ଉପସାଗରଆଡକୁ ମୁହାଁଇଛି ମହାବାତ୍ୟା କ୍ୟାର, ଦକ୍ଷିଣଭାରତରେ ପ୍ରବଳ ବର୍ଷା ଜାରି

ନୂଆଦିଲ୍ଲୀ : ଆଜି ଓଡ଼ିଶାରେ ୧୯୯୯ ମହାବାତ୍ୟାର ୨୦ ବର୍ଷ ପୂରଣ ହୋଇଥିବାବେଳେ ଆଉ ଏକ ମହାବାତ୍ୟା ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ବିନାଶର ତାଣ୍ଡବ ସୃଷ୍ଟି କରିବାକୁ ଯାଉଛି । ଆରବ ସାଗରରେ ସୃଷ୍ଟି ହୋଇଥିବା ସୁପର ସାଇକ୍ଲୋନା କ୍ୟାର୍‌ ଏବେ ୟେମେନ-ଓମାନ ନିକଟରେ ଥିବା ଏଡେନ ଉପସାଗର ଆଡକୁ ମୁହାଁଇଛି ।

ତେବେ ଏହାର ପ୍ରଭାବରେ ଦକ୍ଷିଣ ଭାରତର କେରଳ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି । ଆଜି ସକାଳ ୮ଟା ସୁଦ୍ଧା ଏହି ବାତ୍ୟା ମୁମ୍ବାଇଠାରୁ ୯୮୦ କିଲୋମିଟର ପଶ୍ଚିମରେ କେନ୍ଦ୍ରୀଭୂତ ହୋଇ ରହିଛି । ଆସନ୍ତା ୩ ଦିନରେ ଏହା ଗଲ୍ଫ ଅଫ ଆଡେନ ( ଆଡେନ ଉପସାଗର) ନିକଟରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ଆରବ ସାଗରରେ ଉଚ୍ଚ ଜୁଆର ଆସିବାର ସମ୍ଭବନା ଥିବାରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବି ଓ ଅନ୍ୟମାନଙ୍କ କୁହାଯାଇଛି । ଏହାର ପ୍ରଭାବରେ େକେରଳ, ଲକ୍ଷଦ୍ୱୀପ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର