ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ରାଜସ୍ବ ବିଭାଗ ପକ୍ଷରୁ ଏକ ବଡ଼ ନି‌ଷ୍ପତ୍ତି ‌ନିଆଯାଇଛି। ଏଣିକି ୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ସୁନା, ରୁପା, ମୂଲ୍ୟବାନ ଧାତୁ କିମ୍ବା ଅନ୍ୟ ଗହଣା କିଣିଲେ ଦେବାକୁ ପଡ଼ିବ କେୱାସି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି। ତେବେ, ୨ ଲକ୍ଷ ଟଙ୍କାରୁ କମ୍‌ ଟଙ୍କାର ଗହଣା କିଣିଲେ ପର୍ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର (ପ୍ୟାନ୍‌) କିମ୍ବା ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ୨୦୨୦ ମସିହା ଡିସେମ୍ବର ୨୮ ତାରିଖରେ ୨୦୦୨ ମସିହା ପିଏମ୍‌ଏଲ୍‌ ଆକ୍ଟ ଅଧୀନରେ ଏହି ନୋଟିଫିକେସନ୍‌ ଜାରି କରାଯାଇଛି।

Advertisment

ବଡ଼ ଧରଣର ଆର୍ଥିକ କାରବାର ଉପରେ ନଜର ରଖିବା ପାଇଁ ଫାଇନାନ୍‌ସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ(ଏଫ୍‌ଏଟିଏଫ୍‌) ଏହି ନିୟମ ଜାରି କରିଥିବା ଜାଣିବାକୁ ମିଳିଛି। ଆତଙ୍କବାଦୀ ପାଣ୍ଠି ଯୋଗାଣ ତଥା ମନି ଲଣ୍ଡରିଂ ଭଳି ବେଆଇନ କାରବାର ଉପରେ ରୋକ ଲଗାଇବା ପାଇଁ ଦେଶର ଏହି ସରକାରୀ ସଂସ୍ଥା ଏପରି ମାନଦଣ୍ଡ ସ୍ଥିର କରିଥିବା ସୂଚନା ରହିଛି।

ଜାଣିରଖନ୍ତୁ ଯେ ଆଉ ଏକ ଖବର ବି କେ‌ତେକ ସମୟରେ ପ୍ରକାଶ ପାଉଛି ଯେ ଏପରିକି ୨ ଲକ୍ଷ ଟଙ୍କା ମଧ୍ୟରେ ସୁନା, ରୁପା, ମୂଲ୍ୟବାନ ଧାତୁ କିମ୍ବା ପଥରର ଗହଣା କିଣିଲେ କେୱାସି ଦେବାକୁ ପଡ଼ିବ। ମାତ୍ର ଏହା ଏକ ଭିତ୍ତିହୀନ କଥା ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।

୧୯୬୧ ଆୟକର ବିଭାଗ ନିୟମର ୨୬୯ଏସ୍‌ଟି ଧାରା ଅନୁଯାୟୀ ଯେହେତୁ ଭାରତରେ ୨ ଲକ୍ଷରୁ ଅଧିକ ନଗଦ ଟଙ୍କା କାରବାର ଅନୁମ‌ୋଦିତ ନୁହେଁ ଡିଲରମାନେ୨ ଲକ୍ଷରୁ ଅଧିକ ନଗଦ ଗ୍ରହଣ କରୁନାହାଁନ୍ତି।