ଶ୍ରୀଲଙ୍କା ପରେ କିର୍ଗିଜସ୍ଥାନ ରାଷ୍ଟ୍ରପତି ମୋଦୀଙ୍କ ପାଇଁ ଧରିଲେ ଛତା

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଘେରି କୂଟନୈତିକ ସଫଳତା ହାସଲ କରିଛନ୍ତି | ଏହା ମଧ୍ୟରେ ବିସକେକରେ ମୋଦୀଙ୍କୁ ମିଳିଥିବା ସମ୍ମାନ ଓ ଜୋରଦାର ସ୍ୱାଗତକୁ ନେଇ ଢେର ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

କାରଣ ବୈଠକ ସମୟରେ ଏକ କାର୍ଯ୍ୟକ୍ରମରେ ଯେତେବେଳେ ବର୍ଷା ହୋଇଥିଲା ମୋଦୀଙ୍କ ସୁରକ୍ଷାକର୍ମୀଙ୍କ ବଦଳରେ କିର୍ଗିଜସ୍ଥାନ ରାଷ୍ଟ୍ରପତି ସୁରୋନବେ ଜୀନବେକବ ମୋଦୀଙ୍କ ପାଇଁ ଛତା ଧରିଥିବାର ଦେଖିବାକୁ ମିଳିଛି | ସେ ମୋଦୀଙ୍କୁ କାର୍ଯ୍ୟକ୍ରମ ସ୍ଥଳ ଯାଏଁ ଛତା ଧରି ପହଞ୍ଚାଇଦେଇଥିଲେ |

ଏହାପୂର୍ବରୁ ଗତ ସପ୍ତାହରେ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ବର୍ଷା ପଡିବା ପୂର୍ବରୁ ଛତା ଧରିଥିଲେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା | ମୋଦୀ ଯେତେବେଳେ ଶ୍ରୀଲଙ୍କା ରାଜଧନୀ କଲୋମ୍ବରେ ପହଞ୍ଚିଥିଲେ ରାଷ୍ଟ୍ରପତି ସିରିସେନା ଅନ୍ୟ ଅଧିକାରୀଙ୍କ ବଦଳରେ ନିଜେ ଛତା ଧରିଥିଲେ |

ସମ୍ବନ୍ଧିତ ଖବର