ଲସ୍ ଆଞ୍ଜେଲସ୍: ବେଆଇନ ପ୍ରବାସୀମାନଙ୍କ ଦ୍ବାରା ଆମେରିକାର ଲସ୍ ଆଞ୍ଜେଲସ୍ରେ ଚାଲିଥିବା ବିରୋଧ ପ୍ରଦର୍ଶନ ଧୀରେ ଧୀରେ ହିଂସାତ୍ମକ ରୂପ ନେବାରେ ଲାଗିଛି । ସହରର ଅନେକ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିବା ପ୍ରତିବାଦକାରୀଙ୍କୁ ଗିରଫ କରିବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଆମେରିକାର ରାଷ୍ଟ୍ରପତି ସମାଜିକ ଗଣମାଧ୍ୟମ ଟ୍ରୁଥରେ ଏକ ପୋଷ୍ଟ କରି କହିଛନ୍ତି, " ମାସ୍କ ପିନ୍ଧିଥିବା ଲୋକଙ୍କୁ ତୁରନ୍ତ ଗିରଫ କରନ୍ତୁ। ଏବେଠାରୁ, ପ୍ରତିବାଦରେ ମାସ୍କ ପିନ୍ଧିବାକୁ ଅନୁମତି ଦିଆଯିବ ନାହିଁ" ।

ଆମେରିକାର ରାଷ୍ଟ୍ରପତି ସମାଜିକ ଗଣମାଧ୍ୟମ ଟ୍ରୁଥରେ ଏକ ପୋଷ୍ଟ କରି କହିଛନ୍ତି, " ମାସ୍କ ପିନ୍ଧିଥିବା ଲୋକଙ୍କୁ ତୁରନ୍ତ ଗିରଫ କରନ୍ତୁ। ଏବେଠାରୁ, ପ୍ରତିବାଦରେ ମାସ୍କ ପିନ୍ଧିବାକୁ ଅନୁମତି ଦିଆଯିବ ନାହିଁ" । ତେବେ ଏହା ସ୍ପଷ୍ଟ ନୁହେଁ ଯେ ଆମେରିକାର ସଂଘୀୟ ସରକାରଙ୍କ ପାଖରେ ଏପରି ନିର୍ଦ୍ଦେଶ ଜାରି କରିବାର ଅଧିକାର ଅଛି କି ନାହିଁ। ପ୍ରତିବାଦକାରୀମାନେ ମୁହଁ ଚିହ୍ନଟରୁ ବଞ୍ଚିବା ଏବଂ ପୋଲିସ ଅସ୍ତ୍ରଶସ୍ତ୍ରରୁ ନିର୍ଗତ ଧୂଆଁରୁ ନିଜକୁ ରକ୍ଷା କରିବା ପାଇଁ ମାସ୍କ ପିନ୍ଧିଛନ୍ତି।
କାହିଁକି ହେଉଛି ବିକ୍ଷୋଭ ? 

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ, ଇମିଗ୍ରେସନ ଅଧିକାରୀମାନେ ଅବୈଧ ପ୍ରବାସୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆମେରିକା ବାହାରକୁ ପଠାଇବା ପାଇଁ ଚଢାଉ କରୁଛନ୍ତି। ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ବିରୋଧରେ ପ୍ରତିବାଦ ଦେଖିବାକୁ ମିଳୁଛି ଏବଂ ଲୋକମାନେ ରାସ୍ତାକୁ ବାହାରୁଛନ୍ତି। ମାନବାଧିକାର କର୍ମୀମାନେ କହିଛନ୍ତି ଯେ ଆମେରିକାରେ ଆଇନଗତ ଭାବରେ ରହୁଥିବା ଲୋକମାନଙ୍କୁ ମଧ୍ୟ ହଇରାଣ କରାଯାଉଛି ଏବଂ ସମାଜରେ ବିଭାଜନ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି।