ବାନ୍ଦ୍ରା ଷ୍ଟେସନରେ ଅଭାବନୀୟ ସ୍ଥିତି, ଦାଦନ ଶ୍ରମିକଙ୍କୁ ପୁଲିସର ଲାଠିମାଡ଼

ମୁମ୍ବାଇ: ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଜାରି ରହିଥିବା ଲକ୍‌ଡାଉନ୍ ସ୍ଥିତିକୁ ଆସନ୍ତା ୩ ତାରିଖ ଯାଏ ବୃଦ୍ଧି ଘୋଷଣା କରିଥିବା ପରେ ପରେ ଅପରାହ୍ଣରେ ମୁମ୍ବାଇର ବାନ୍ଦ୍ରା ଷ୍ଟେସନ୍‌ରେ ଏକ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛିା ବିଗତ କିଛି ସପ୍ତାହ ହେଲା କାମଧନ୍ଦା ନପାଇ ଦୁର୍ବିଷହ ଜୀବନ କାଟୁଥିବା ଦାଦନ ଶ୍ରମିକମାନେ ନିଜର ଭିଟାମାଟିକୁ ଫେରିବା ଲାଗି ବାନ୍ଦ୍ରା ପଶ୍ଚିମ ଷ୍ଟେସନ ଓ ସନ୍ନିକଟ ବସ୍‌ଡିପୋରେ ସମବେତ ହୋଇଥିଲୋ ତେବେ ହଜାର ହଜାର ସଂଖ୍ୟାରେ ଏପରି ଏକାଠି ହୋଇ ଲକ୍ଡାଉନ୍ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରିଥିବା ଏହି ଶ୍ରମିକମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠିମାଡ଼ କରିଛିା ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛିା

ସୂଚନାନୁଯାୟୀ, କାମଧନ୍ଦା ଉେଦ୍ଦଶ୍ୟରେ ମୁଖ୍ୟତଃ ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରୁ ଆସିଥିବା ଏହି ଶ୍ରମିକମାନେ ନିକଟ ପଟେଲ ନଗର ଅ‌ଳରେ ଝୁମ୍ପୁଡି଼ ଘରେ ରହି ଦିନ ମଜୁରିଆ ଭାବେ ପରିବାର ପୋଷଣ କରିଆସୁଥିଲେ ା ପାଖାପାଖି ମାସେ ହେଲା ସେମାନେ କାମ ନପାଇ ହାତବାନ୍ଧି ବସିଥିବା ବେଳେ ଗତ ମାସ ୨୪ ତାରିଖରୁ ଜାରି ହୋଇଥିବା ଲକ୍ଡାଉନ୍ ସ୍ଥିତି ଯୋଗୁଁ ସେମାନେ ନିଜ ନିଜ ଘରକୁ ଫେରିପାରୁନାହାନ୍ତିା ଏଭଳି ସ୍ଥିତିରେ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ସ୍ଥିତି ହଟିଯିବ ଆଶା କରି ଶହ ଶହ ସଂଖ୍ୟାରେ ଶ୍ରମିକ ଅପରାହ୍ଣ ୩ଟା ବେଳେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି ଉକ୍ତ ଷ୍ଟେସନରେ ଠୁଳ ହୋଇଥିଲୋ ମାତ୍ର ଆସନ୍ତା ମେ ୩ ତାରିଖ ଯାଏ ଲକ୍ଡାଉନ୍ ସ୍ଥିତିର ବୃଦ୍ଧି ଘୋଷିତ ହେବା ପରେ ସେମାନଙ୍କ ଘରକୁ ଯିବା ଆଶା ଧୂଳିସାତ୍ ହୋଇଯାଇଥିଲାା ସେହିପରି ସେମାନେ ରହୁଥିବା ବସ୍ତିକୁ ମଧ୍ୟ ହଠାତ୍ ଫେରି ନପାରି ରାସ୍ତା ଉପରେ ଏକାଠି ହୋଇ ନାରାବାଜି କରିଥିଲେ। ଏପଟେ ମହାରାଷ୍ଟ୍ରରେ ହିଁ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ(୨୩୩୭) ଓ ମୃତକ(୧୬୦) ଦେଖାଦେଇଥିବାରୁ ସେଠାରେ ସଂକ୍ରମଣରୁ ରୋକିବା ପାଇଁ କଠୋର ପଦକ୍ଷେପମାନ ନେବା ଅପରିହାର୍ଯ୍ୟ ହୋଇପଡି଼ଛି। ତେଣୁ ସାମାଜିକ ଦୂରତା ବଜାୟ ରଖିବା ଲକ୍ଷ୍ୟରେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହ‌ି ସମବେତ ଜନତାଙ୍କୁ ଭଗେଇବା ପାଇଁ ଲାଠିମାଡ଼ କରିଥିଲା। ସେଠାରେ ଏବେ ବ୍ୟାପକ ପୁଲିସ ବଳ ନିୟୋଜିତ ଥିବା ସହ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇଥିବା କୁହାଯାଇଛିା ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ୍ ଦେଶମୁଖଙ୍କ କହିବା କଥା, ଏହି ଶ୍ରମିକମାନଙ୍କ ଦ୍ବାରା କରୋନା ସଂକ୍ରମଣ ଅନ୍ୟ ରାଜ୍ୟକୁ ନବ୍ୟାପିବା ପାଇଁ ସେମାନଙ୍କୁ ନିଜ ରାଜ୍ୟକୁ ଯିବାରୁୁ ବାରଣ କରାଯାଇଛି। ପରିସ୍ଥିତିର ସାମନା ପାଇଁ ସେମାନଙ୍କୁ ଆବଶ୍ୟକ ରାସନ୍ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛିା ଅପରପକ୍ଷେ, ଅନ୍ତଃରାଜ୍ୟ ସୀମା ସବୁ ସିଲ୍ ରହିଥିବାକୁ ତାହା ଖୋଲିଲା ପରେ ହିଁ ସେମାନଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ମାତ୍ର ସେମାନଙ୍କର ଗୋଟିଏ ଜିଦ୍‌ ଯେ ଜନ୍ମମାଟିକୁ ଫେରିବୋ ଅପରପକ୍ଷେ, ରାଜ୍ୟ ଶାସକ ମେଣ୍ଟର ଶିବସେନା ଏଭଳି ଘଟଣା ପାଇଁ କେନ୍ଦ୍ରର ଅପରିଣାମଦର୍ଶିତାକୁ ଦାୟୀ କରିଛିା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ବିଧାୟକ ଆଦିତ୍ୟ ଠାକରେଙ୍କ କହିବାନୁଯାୟୀ, ଲକ୍ଡାଉନ୍ ବୃଦ୍ଧି ପାଇଁ ଆବଶ୍ୟକ ପ୍ରାକ୍ ପ୍ରସ୍ତୁତି ନକରି ଲୋକଙ୍କ ଉପରେ ଏଭଳି ସ୍ଥିତି ଲଦିଦେବା ହିଁ ଏଭଳି ପରିଣାମ ଆଣିଛିା ସେହିପରି ଦଳର ମୁଖପାତ୍ର ପ୍ରିୟଙ୍କା ଚତୁବେର୍ଦୀ କେନ୍ଦ୍ରକୁ ଆକ୍ଷେପ କରି କହିଛନ୍ତି ଯେ ଗତ ତିନି ସପ୍ତାହ ଧରି ଏହି ଦାଦନ ଶ୍ରମିକମାନେ ପରିସ୍ଥିତି ସହ ଢେର୍ ସହଯୋଗ କରି ଆସିଛନ୍ତିା ସେମାନେ ରୋଜଗାର ପନ୍ତ୍ରା ସହ ଧୈର୍ଯ୍ୟ ମଧ୍ୟ ହରାଇ ବସିଛନ୍ତିା ମାତ୍ର କେନ୍ଦ୍ର ସରକାର ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇନେବା ଦିଗରେ ଆବଶ୍ୟକ ବ୍ୟବସ୍ଥା କରିପାରିନାହାନ୍ତ ବୋଲି ସେ ଅଭିଯୋଗ କରିଛନ୍ତିା

ସମ୍ବନ୍ଧିତ ଖବର