ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଏଣିକି ଶ୍ରମିକଙ୍କ ଗାଡି ଖର୍ଚ୍ଚ ବହନ କରିବ କମ୍ପାନୀ

ନୂଆଦିଲ୍ଲୀ: କେନ୍ଦ୍ରର ବଡ ନିର୍ଦ୍ଦେଶ । କର୍ମଚାରୀଙ୍କୁ ଗାଡି ଭଡା ଦେବ କମ୍ପାନୀ । ଦେଶରେ ବ୍ୟାପୁଥିବା କରୋନା ମହାମାରୀ ପାଇଁ ବଢିଯାଇଛି ଶ୍ରମିକଙ୍କ ଦୁଃଖ।  ଟଙ୍କା ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଲୋକେ । ଆଉ ଅନେକ ସମସ୍ୟାକୁ ମଧ୍ୟ ସାମ୍ନା କରୁଛନ୍ତି । ତେଣୁ ଶ୍ରମିକଙ୍କ ସମସ୍ୟା ଦୂର କରିବା ପାଇଁ  ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଯାହା ଦ୍ୱାରା ବାହାରେ ରହି କାମ କରୁଥିବା ଶ୍ରମିକଙ୍କୁ ବଡ ଆଶ୍ୱସ୍ତି ମିଳିବ।

ଫେରିବ ଶ୍ରମିକଙ୍କ ସୁଖ । ଏଣିକି ବାହାରେ ରହି କାମ କରୁଥିବା ଲୋକଙ୍କୁ ଘରକୁ ଯିବା ଆସିବା ପାଇଁ ଗାଡି ଭଡା ଦେବାକୁ ପଡିବନି । ଅର୍ଥାତ୍ ବର୍ଷକୁ ଥରେ କର୍ମଚାରୀଙ୍କୁ ଘରକୁ ଯିବା ପାଇଁ ଛୁଟି ଦେବା ସହ ଯାତାୟତରେ ଖର୍ଚ୍ଚ ହେଉଥିବା ଟଙ୍କା କମ୍ପାନୀ ବହନ କରିବ । କେବଳ ଏତିକି ନୁହେଁ ପ୍ରତିବର୍ଷ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ କମ୍ପାନୀ ବାଧ୍ୟ ହେବ । ଆଉ ସ୍ୱାସ୍ଥ୍ୟ ପରୀକ୍ଷାରେ ଯାହା ବି ଖର୍ଚ୍ଚ ହେବ ତାହା କମ୍ପାନୀ ପୈଠ କରିବ । ଏହା ସହିତ ପ୍ରତି କର୍ମଚାରୀଙ୍କୁ ନିଯୁକ୍ତି ପତ୍ର କମ୍ପାନୀ ଦେବାକୁ ବାଧ୍ୟ ବୋଲି ନିୟମରେ ଉଲ୍ଲେଖ ରହିଛି।

ତେବେ ଚଳିତ ମୌସୁମୀ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଛି ଲେବର କୋଡ୍ ବିଲ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏହା ବିଧିିବଦ୍ଧ ଭାବେ ଆଇନରେ ପରିଣତ ହେବ ।

ସମ୍ବନ୍ଧିତ ଖବର