ବର୍ଲିନ: ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍‌ଙ୍କ ପେନସନ ସଂସ୍କାରକୁ ନେଇ ସାରା ଦେଶରେ ମେ ପହିଲାରେ ଶ୍ରମିକମାନଙ୍କ ଅସନ୍ତୋଷ ଓ ହିଂସା ଦେଖାଦେଇଛି। ସୋମବାର ଶ୍ରମିକ ଓ ପୁଲିସ ଭିତରେ ସଂଘର୍ଷ ଯୋଗୁ ୧୦୮ ଜଣ ପୁଲିସ ଆହତ ହୋଇଥିଲେ। ହିଂସାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ପୁଲିସ ପକ୍ଷରୁ ୨୯୧ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି ବୋଲି ଫ୍ରାନ୍ସର ଗୃହମନ୍ତ୍ରୀ ଗେରାଲ୍‌ଡ ଡାରମାନିନ କହିଛନ୍ତି।

Advertisment

ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ଣ୍ଣ ଟ୍ବିଟରରେ ମଇ ଦିବସରେ ଏପରି ହିଂସାକୁ ନିନ୍ଦା କରିଛନ୍ତି।