ହିନ୍ଦୁ ଭୋଟରଙ୍କ ମନ ବଦଳାଇବାକୁ ବୟାନ ବଦଳାଇଲା ବ୍ରିଟେନ ଲେବର ପାର୍ଟି

ଲଣ୍ଡନ: କଥା ବଦଳାଇଲା ବ୍ରିଟେନ ଲେବର ପାର୍ଟି । ଜାମ୍ମୁକାଶ୍ମୀରରେ ଧାରା ୩୭୦ ହଟିବା ପ୍ରସଙ୍ଗକୁ ନେଇ ସ୍ପଷ୍ଟୀକରଣ ରଖିଛି ବ୍ରିଟେନ ଲେବର ପାର୍ଟି । ଲେବର ପାର୍ଟିର ମୁଖ୍ୟ ଇୟାନ ଲବେରୀ ଦଳ ପକ୍ଷରୁ ଏକ ପତ୍ର ଜାରି କରି ଏହି ବୟାନ ଦେଇଛନ୍ତି । ସେ କହିଛନ୍ତି କାଶ୍ମୀର ପ୍ରସଙ୍ଗ ଭାରତ-ପାକିସ୍ତାନର ଆଭ୍ୟନ୍ତରୀଣ ମାମଲା । ଶାନ୍ତିପୁର୍ଣ୍ଣ ଭାବରେ ଦୁଇ ଦେଶର ସହମତିରେ ଏହାର ସମାଧାନ ହେବା ଉଚିତ । ଦୁଇଦେଶ କାଶ୍ମୀର ଲୋକଙ୍କ ଅଧିକାର ଏବଂ ସମ୍ମାନ ପାଇଁ ଏକାଠି ହୋଇ କାମ କରିବା ଉଚିତ । ଏହି ମାମଲାରେ କୌଣସି ଅନ୍ତରାଷ୍ଟ୍ରୀୟ ହସ୍ତକ୍ଷେପ ଆବଶ୍ୟକତା ନାହିଁ ।

ଲେବର ପାର୍ଟି ଏହି ମାମଲାରେ କୌଣସି ଅନ୍ତରାଷ୍ଟ୍ରୀୟ ହସ୍ତକ୍ଷେପକୁ ବିରୋଧ କରୁଛି । ହେଲେ ପୂର୍ବରୁ ବ୍ରିଟେନ ଲେବର ପାର୍ଟିର କିଛି ଭିନ୍ନ ମନ୍ତବ୍ୟ ଥିଲା । ୨୫ ସେପ୍ଟେମ୍ବର ଲେବର ପାର୍ଟି ଏକ ପ୍ରେସକନଫରେନ୍ସରେ ବୟାନ ଦେଇ କହିଥିଲେ ଧାରା ୩୭୦ ହଟିବା ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ହସ୍ତକ୍ଷେପର ଆବଶ୍ୟକତା ସଂଯୁକ୍ତ ରାଷ୍ଟ୍ରର ହସ୍ତକ୍ଷେପ ପାଇଁ ଦାବି କରିଥିଲା ।

୨୬ ସେପ୍ଟେମ୍ବରରେ ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ଦାବିକୁ କଡ଼ା ବିରୋଧ କରାଯାଇଥିଲା । ଏହାପରେ ୧୨ ଡିସେମ୍ବରରେ ହେବାକୁ ଥିବା ନିର୍ବାଚନରେ ସ୍ଥାନୀୟ ହିନ୍ଦୁ ନାଗରିକମାନେ ଲେବର ପାର୍ଟିକୁ ଭୋଟ ନ ଦେବାକୁ ନିଷ୍ପତ୍ତି ନେଇଥିଲେ | ଯାହାକୁ ନେଇ ଲେବର ପାର୍ଟି ପକ୍ଷରୁ ସମୀକ୍ଷା କରାଯାଇ ବୟାନ ବଦଳାଯାଇଛି |

ସମ୍ବନ୍ଧିତ ଖବର