ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟକୁ ପ୍ରବାସୀ ଶ୍ରମିକଙ୍କୁ ଫେରାଇବାପାଇଁ ଶ୍ରମିକ ସ୍ପେସାଲ୍ ରେଳଗାଡ଼ି ଚାଲିଛି। କିନ୍ତୁ ଜଣାପଡ଼ିଛି ଯେ, ହଠାତ୍ ଅନେକ ସଂଖ୍ୟାରେ ରେଳଗାଡ଼ି ଚାଲିବା ସହ ଲକ୍ଡାଉନ୍ କଟକଣା ପାଇଁ ଅନେକ ସ୍ପେସାଲ୍ ରେଳଗାଡ଼ି ବିଳମ୍ବରେ ଚାଲିଛି। ଏକ ତଥ୍ୟ ଆକଳନରୁ ଏହା ଜଣାପଡ଼ିଛି ଯେ, ମେ' ୧ ତାରିଖରୁ ୩,୭୪୦ ଶ୍ରମିକ ରେଳଗାଡ଼ି ପ୍ରାୟ ୨୦ ଲକ୍ଷ ଯାତ୍ରୀଙ୍କୁ ଧରି ଯାତ୍ରା କରିଛି। କିନ୍ତୁ ଏଥି ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ରେଳଗାଡ଼ି ବିଳମ୍ବରେ ଚାଲିଛି। ରେଳଗାଡ଼ି ଗୁଡ଼ିକ ହାରାହାରି ୮ ଘଣ୍ଟା ବିଳମ୍ବ ରହୁଥିବା କହାଯାଇଛି। ୪୨୧ଟି ରେଳଗାଡ଼ି ୧୦ ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବ ଥିବାବେଳେ ପ୍ରାୟ ୧୦ ପ୍ରତିଶତ ତଥା ୩୭୩ ଶ୍ରମିକ ସ୍ପେସାଲ୍ ରେଳଗାଡ଼ି ୧୦ରୁ ୨୪ ଘଣ୍ଟା ବିଳମ୍ବ ରହିଛି। ସେହିପରି ୭୮ଟି ରେଳଗାଡ଼ି ଗୋଟିଏ ଦିନ କିମ୍ବା ଏହାଠାରୁ ଅଧିକ ସମୟ ବିଳମ୍ବ ରହିଛି। ୪୩ ଟି ରେଳଗାଡ଼ି ୩୦ ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବ ରହିଛି। ବିହାର, ଉତ୍ତରପ୍ରଦେଶ ଏବଂ ଅନ୍ୟ ପୂର୍ବାଞ୍ଚଳ ରାଜ୍ୟ ଅଭିମୁଖୀ ରେଳଗାଡ଼ିଗୁଡ଼ିକ ବିଳମ୍ବରେ ଚାଲୁଅଛି। ଜଣାଯାଇଛି ଯେ, ଗୋଟିଏ ଦିଗରେ ଏକାଧିକ ରେଳଗାଡ଼ି ଚାଲିବାରୁ ରେଳଗାଡ଼ି ବିଳମ୍ବ ହୋଇଛି ବୋଲି ରେଳବାଇ ବୋର୍ଡ ସଦସ୍ୟ ପି ଏସ୍ ମିଶ୍ର କହିଛନ୍ତି।
୪୦ ଭାଗ ଶ୍ରମିକ ସ୍ପେସାଲ ବିଳମ୍ବରେ ଚାଲୁଅଛି
/sambad/media/post_attachments/wp-content/uploads/2020/05/train-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)