ବାସ୍ତବ ନିୟନ୍ତ୍ରଣ ରେଖା ଦାବିର ସମାଧାନ ପାଇଁ ଭାରତ ଚୀନ୍‌କୁ ମାନଚିତ୍ର ଆଦାନ ପ୍ରଦାନ ପାଇଁ କହିବ

ନୂଆଦିଲ୍ଲୀ: ପଶ୍ଚିମ ସେକ୍ଟର୍‌ରେ ସୈନ୍ୟ ପ୍ରତ୍ୟାହାର ଏବଂ ଉତ୍ତେଜନା ହ୍ରାସ ପାଇ ଭାରତୀୟ ସେନା ସେମାନଙ୍କର ପୁରୁଣା ପୋଷ୍ଟ୍‌କୁ ଫେରିବା ପରେ ବାସ୍ତବ ନିୟନ୍ତ୍ରଣ ରେଖା ଦାବିର ସମାଧାନ ନିମନ୍ତେ ଚୀନ୍ ସହ ମାନଚିତ୍ର ଆଦାନ ପ୍ରଦାନ କରାଇବାକୁ ଭାରତ ଯୋଜନା କରୁଛି।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଏହାଦ୍ବାରା ପରସ୍ପର ଦାବି କରୁଥିବା ବାସ୍ତବ ନିୟନ୍ତ୍ରଣ ରେଖା ପ୍ରସଙ୍ଗ ସ୍ପଷ୍ଟ ହେବା ସହ ପରିଚାଳନା ଓ ପାଟ୍ରୋଲିଙ୍ଗ୍ ପ୍ରୋଟକଲ୍ ସହଜ ହେବ।

Image Courtesy of OneIndia

କିନ୍ତୁ, ଏ ପର୍ଯ୍ୟନ୍ତ ଚୀନ୍ ମାନଚିତ୍ର ବିନିମୟ କରିବାକୁ ଅଗ୍ରାହ୍ୟ କରିଛି। ସୀମା ସଂକ୍ରାନ୍ତରେ ୨୨ଟି ପର୍ଯ୍ୟାୟ ଆଲୋଚନା ପରେ ବି ଚୀନ୍ ମାନଚିତ୍ର ବିନିମୟ କରିବା କିଂବା ବାସ୍ତବ ନିୟନ୍ତ୍ରଣ ରେଖା ସ୍ପଷ୍ଟ କରିବାକୁ ଆଗ୍ରହ ପ୍ରକାଶ କରିନାହିଁ। ଅବଶ୍ୟ ଚୀନ୍ କେବଳ କେନ୍ଦ୍ରୀୟ ସେକ୍ଟର୍ ପାଇଁ ମାନଚିତ୍ର ବିନିମୟ କରିଛି। ଭାରତୀୟ ଅଧିକାରୀମାନେ ଆଶା କରୁଛନ୍ତି ଯେ, ଗଲ୍‌ୱାନ୍ ସଙ୍ଘର୍ଷ ହିଁ ଏହି ସେକ୍ଟରର ବାସ୍ତବ ନିୟନ୍ତ୍ରଣ ରେଖା ସ୍ପଷ୍ଟ କରାଇବାର ଯଥେଷ୍ଟ କାରଣ ହେବ।

ଉଚ୍ଚସ୍ତରୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଉଭୟ ଦେଶ ବର୍ତ୍ତମାନ ଫର୍‌ୱାର୍ଡ ପୋଜିସନ୍‌ରୁ ପୁରୁଣା ସ୍ଥାନକୁ ହଟିଯାଉଛନ୍ତି। ଭାରତ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.