ଆସନ୍ତା ୨-୩ ଦିନ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା, ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିବ ଭାରତ

ନୂଆଦିଲ୍ଲୀ : ଅନେକ ଥର କଥାବାର୍ତ୍ତା ସତ୍ତ୍ୱେ ଲଦାଖରେ ଚୀନ ସହିତ ଉତ୍ତେଜନା ଜାରି ରହିଛି । ଭଳି ସ୍ଥିତିମଧ୍ୟରେ ଆସନ୍ତା ୨-୩ ଦିନ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଆଉ ଏକ କୋର କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ଏହା ପୂର୍ବରୁ ଏହି ଆଲୋଚନାରେ ଭାରତ ପକ୍ଷରୁ ରଖାଯିବାକୁ ଥିବା ଦାବି ଗୁଡ଼ିକ ଚୂଡ଼ାନ୍ତ କରିବାକୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଅଧ୍ୟକ୍ଷତା କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଦୁଇ ସେନାକୁ ସମାନ ସମୟରେ ସଂପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଭାରତ ଦାବି କରିବ ।

ଗତ ମେ ମାସଠାରୁ ପୂର୍ବ ଲଦାଖରେ ଚୀନ ପକ୍ଷରୁ ହଜାର ହଜାର ଯବାନଙ୍କୁ ମୁତୟନ କରିଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ନିଜର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ସଂଖ୍ୟା ପ୍ରକାଶ କରିନାହିଁ । ଏହା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନ ସେନା ଲଦାଖର କେତେକ ଅଞ୍ଚଳରେ ପ୍ରାୟ ୫୦ ହଜାର ଯବାନ ମୁତୟନ କରିଛି । ଏହା ସହିତ ଅସ୍ତ୍ରଶସ୍ତ୍ର ମୁତୟନ କରିଛି । ଏହାର ଜବାବରେ ଭାରତ ମଧ୍ୟ ସମାନ ସଂଖ୍ୟକ ସେନା ଓ ଯୁଦ୍ଧାସ୍ତ୍ର ମୁତୟନ କରିଛି ।

ସମ୍ବନ୍ଧିତ ଖବର