ଗ୍ରାହକ ନ ଆସିବାରୁ ବନ୍ଦ ହେବ ପ୍ୟାରିସ୍‌ର ପ୍ରଥମ ‘ନୁଡ୍‌’ ରେସ୍ତୋରାଁ

ନୂଆଦିଲ୍ଲୀ: ଫେବ୍ରୁଆରି ମାସରେ ବନ୍ଦ ହେବାକୁ ଯାଉଛି ପ୍ୟାରିସ୍‌ର ପ୍ରଥମ ‘ନ୍ୟୁଡ୍‌’ ରେସ୍ତୋରାଁ। ବନ୍ଦ ହେବାର କାରଣ ହେଉଛି ଗ୍ରାହକଙ୍କ ଅଭାବ।
ଉଲଗ୍ନ ହୋଇ ଅନ୍ୟମାନଙ୍କ ସହ ଖାଦ୍ୟ ଖାଇବାର ଅନୁଭୂତି ଦେବାକୁ ୨୦୧୬ରେ ୪୩ ବର୍ଷିୟ ଜମଜ ମାଇକ୍‌ ଏବଂ ଷ୍ଟେଫ୍‌ନି ସାଡ ‘ଓ ନେଚୁରେଲ୍‌’ ନାମକ ରେସ୍ତୋରାଁ ଖୋଲିଥିଲେ।

ରେସ୍ତୋରାଁରେ ଲକର୍‌ ସୁବିଧା, ପୋଷାକ ରଖିବାକୁ ପୋଷାକ ବଦଳି ରୁମ୍‌, ଏବଂ ମୋବାଇଲ୍‌ ଫୋନ୍‌ ରହିଛି। କିନ୍ତୁ, ରେସ୍ତୋରାଁକୁ କ୍ୟାମେରା ନିଷିଦ୍ଧ ଥିଲା। ତେଣୁ ସେଗୁଡ଼ିକୁ ଲକର୍‌ ମଧ୍ୟରେ ରଖିବାକୁ ପଡ଼େ। ଅତିଥିମାନଙ୍କୁ ହଳେ ଚଟି ଦିଆଯାଉଥିଲା। ଚାହୁଁଥିବା ମହିଳାମାନଙ୍କୁ ହିଲ୍‌ ମଧ୍ୟ ଯୋଗାଇ ଦିଆଯାଉଥିଲା।

ରେସ୍ତୋରାଁକୁ ଯାଉଥିବା ଅତିଥିମାନେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସୁଖଦ ମୁହୂର୍ତ୍ତ ସବୁକୁ ସେମାନେ କେବଳ ସ୍ମରଣ କରିବେ। ସେ ଅନୁଭୂତି ଥିଲା ସମସ୍ତଙ୍କ ଲାଗି ଉନ୍ମୁକ୍ତ।

କ୍ରମେ ସେ ରେସ୍ତୋରାଁର େଓ୍ଵଟର୍‌ମାନେ ପୋଷାକ ପିନ୍ଧିବାରୁ ଲୋକେ ଏହାର ବିରୋଧ କଲେ। ତାହା ନ୍ୟୁଡିଷ୍ଟ୍‍ ରେସ୍ତୋରାଁର ବିଚାରଧାରାର ବିରୁଦ୍ଧାଚରଣ କରୁଥିବା କଥା ସେମାନେ ଯୁକ୍ତି ବାଢ଼ିଲେ।

ସମ୍ବନ୍ଧିତ ଖବର