ବିନା ଆଲୋଚନାରେ ସଂସଦରେ ଆଇନ ପ୍ରଣୟନ ହେବା ଦେଶପାଇଁ ଶୁଭଙ୍କର ନୁହେଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି. ରମନା ସଂସଦର କାର୍ଯ୍ୟଶୈଳୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଚଳିତ ସଂସଦରେ ଦେଖା ଦେଇଥିବା ବିଶୃଙ୍ଖଳାକୁ ନଜର କରି ସେ କହିଛନ୍ତି ଯେ, ବିନା ଆଲୋଚନାରେ ଆଇନ ପାରିତ ହେବା ଗଣତନ୍ତ୍ର ତଥା ଦେଶ ପାଇଁ ଶୁଭଙ୍କର ନୁହେଁ । ପତାକା ଉତ୍ତୋଳନ ଅବସରରେ ଜଷ୍ଟିସ ରମନା କହିଛନ୍ତି ଯେ, ବିନା ଆଲୋଚନାରେ ପାରିତ ହେଉଥିବା ଆଇନରେ ଅନେକ ଦୋଷ ତ୍ରୁଟି ରହିଛି ।

Actively' considering live telecast of SC proceedings: CJI N V Ramana
Mint

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଇନ ପାରିତ ହେବା ସମୟରେ ସଂସଦରେ ଉଚିତ୍ ଆଲୋଚନା ହୋଇପାରୁ ନଥିବାରୁ ଅଧିକ ମାମଲା କୋର୍ଟକୁ ଆସୁଛି । ପୂର୍ବରୁ ସଂସଦରେ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଆଇନ ପାରିତ ହେଉଥିଲା । ଏହାଫଳରେ କୋର୍ଟ ପାଇଁ ଆଇନ ଲାଗୁ କରିବା ଓ ଏହାକୁ ବୁଝିବାରେ ସହଜ ହେଉଥିଲା । ଏହାସହ ସେ କହିଛନ୍ତି ଯେ, ଦେଶ ସ୍ୱାଧୀନତା ପାଇବା ପରେ ସଂସଦରେ ଅଧିକରୁ ଅଧିକ ସାଂସଦ ସ୍ୱାଧୀତନତା ସଂଗ୍ରାମୀ ଓ ଓକିଲ ଥିଲେ । ଏହି କାରଣରୁ ସଂସଦରେ ଅଧିକ ଆଲୋଚନା ହୋଇପାରୁଥିଲା ।

 

ସମ୍ବନ୍ଧିତ ଖବର