ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇପାରିବେ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ :  ସ୍ତନ୍ୟପାନ କରାଉଥିବା ମହିଳା କରୋନା ଟିକା ନେଇପାରିବେ । ଏ ନେଇ ଆଶଙ୍କାର କୌଣସି କାରଣ ନାହିଁ ବୋଲି ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ନିତି ଆୟୋଗ ସଦସ୍ୟ ଡ. ଭି.କେ. ପଲ କହିଛନ୍ତି ଯେ ସ୍ତନପାନ କରାଉଥିବା ମହିଳା ନିଶ୍ଚିତ ଭାବରେ କରୋନା ଟିକା ନେଇପାରିବେ । ଏ ନେଇ କରାଯାଉଥିବା ଆଶଙ୍କା ଅମୂଳକ । ଭାରତରେ ଉପଲବ୍ଧ କୋଭାକ୍ସିନ, କୋଭିସିଲଡ, ସ୍ପୁଟନିକ ଓ ଆଗକୁ ଆସିବାକୁ ଥିବା ମାଡର୍ଣ୍ଣା ଟିକା ଏପରି ମହିଳାଙ୍କ ପାଇଁ ସୁରକ୍ଷିତ । ଅନ୍ୟପକ୍ଷରେ ଟିକା ନେବା ପରେ ପୁରୁଷମାନେ ନପୁଂସକ ହୋଇଯାଉଥିବା ଖବର ଏକ ଗୁଜବ ବୋଲି ସେ କହିଛନ୍ତି ।

ଏହି ଅବସରରେ ସେ  ଘୋଷଣା କରିଛନ୍ତି ଯେ ଭାରତର ଔଷଧ ନିୟାମକ ଡିସିଜିଆଇ ପକ୍ଷରୁ ମଡର୍ଣ୍ଣାର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇଛି । ଏହା ଛଡ଼ା ଫାଇଜ ଟିକା ପାଇଁ ଉକ୍ତ କମ୍ପାନି ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି ଓ ଖୁବଶୀଘ୍ର ଫାଇଜର ଏ ସମ୍ପର୍କରେ ନିଷ୍ପତ୍ତି ନେବ । ଏହି ଦୁଇ ଟିକା ଆସିବା ପରେ ଦେଶରେ ଟିକା ଉପଲବ୍ଧତା ବଢିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର