ରାହୁଲ ଗାନ୍ଧିଙ୍କୁ ଲଦାଖ୍‌ ବିଜେପି ସାଂସଦଙ୍କ ଜବାବ : ଚୀନ୍‌ କବ୍‌ଜା କରିଛି, କିନ୍ତୁ…

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲଦାଖ୍‌ରେ ଚୀନ୍‌ ଅତିକ୍ରମଣକୁ ନେଇ ବ୍ୟାଙ୍ଗାତ୍ମକ ଶୈଳୀରେ ସରକାରଙ୍କୁ ଅନେକ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ କ’ଣ ଚୀନ୍‌ ଭାରତର ଅଂଚଳକୁ କବ୍‌ଜା କରିନେଇଛି ? ଲଦାଖ୍‌ର ବିଜେପି ସାଂସଦ ଜାମୟାଙ୍ଗ୍‌ ସେରିଙ୍ଗ୍‌ ନାମଗ୍ୟାଲ ରାହୁଲଙ୍କୁ ଏହାର ଜବାବ ଦେଇଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି ଯେ ‘ହଁ ଚୀନ୍ ଏହି ଅଂଚଳରେ କବ୍‌ଜା କରିଛି।’ ଏହା ସହିତ ଜାମୟାଙ୍ଗ୍‌ ଏକ ତାଲିକା ପ୍ରଦାନ କରିଛନ୍ତି ଯେଉଁଥିରେ କଂଗ୍ରେସ ଶାସନକାଳରେ ଭାରତ ହରାଇଥିବା ଅଂଚଳ ସଂପର୍କରେ ତଥ୍ୟ ରହିଛି। ଏଥିରେ ଅକ୍‌ସାଇ ଚୀନ୍‌ରୁ ଆରମ୍ଭ କରି ପେଂଗ୍‌ନକ ଏବଂ ଚବ୍‌ଜୀ ଘାଟି, ଦୁମ ଚେଲେ ଭଳି ଅଂଚଳର ଉଦାହରଣ ଦିଆଯାଇଛି।

୧୯୬୨ରେ କଂଗ୍ରେସ ଶାସନ ସମୟରେ ଅକ୍‌ସାଇ ଚୀନ୍ (୩୭, ୨୪୪ ବର୍ଗ କିଲୋମିଟର) କବ୍‌ଜା କରିଥିଲା ଚୀନ୍‌।

କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ସମୟରେ ୨୦୦୮ରେ ଚୁମୁର ଅଂଚଳର ତିୟା ପେଙ୍ଗ୍‌ନକ ଏବଂ ଚବ୍‌ଜୀ ଘାଟି (୨୫୦ ମିଟର ଲମ୍ବା) କବ୍‌ଜା କରିଥିଲା ଚୀନ୍‌।

ୟୁପିଏ ଶାସନ କାଳରେ ୨୦୦୮ରେ ଚୀନ୍‌ ସେନା ଦେମଜୋରେ ଜୋରବର ଦୁର୍ଗକୁ ଧ୍ବସ୍ତ କରିଦେଇଥିଲା ଏବଂ ୨୦୧୨ରେ ପିଏଲ୍‌ଏ ଆବଂଜୱିଙ୍ଗ୍‌ ପଏଣ୍ଟ ତିଆରି କରିଥିଲେ।

ୟୁପିଏ ସରକାର ଅମଳରେ ଭାରତ ଦୁଂଗଟି ଏବଂ ଦେମଚୋକ୍‌ ମଧ୍ୟରେ ଥିବା ଦୁମ୍‌ ଚେଲେ ହରାଇଥିଲା।

ସମ୍ବନ୍ଧିତ ଖବର