ଦେଖନ୍ତୁ ଭିଡିଓ: ସ୍ୱାଧୀନତା ଦିବସରେ ଲଦାଖ ସାଂସଦ ଜାମିୟାଙ୍ଗ୍‌ ନାମ୍‌ଗ୍ୟାଲ୍‌ଙ୍କ ନୃତ୍ୟ

ନୂଆଦିଲ୍ଲୀ: ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯିବା ପରେ ଲୋକସଭାରେ ଭାଷଣ ଦେଇ ପ୍ରସିଦ୍ଧି ହାସଲ କରିଥିବା ଲଦାଖର ସାଂସଦ ଜାମିୟାଙ୍ଗ୍‌ ନାମ୍‌ଗ୍ୟାଲ୍‌ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲେହ୍‌ ଠାରେ ନୃତ୍ୟ କରିଛନ୍ତି।

ଦଳେ ଲୋକଙ୍କ ସହ ଯୁବ ସାଂସଦଙ୍କ କରୁଥିବା ନୃତ୍ୟ ଦେଖୁଥିଲେ ପାଖରେ ଠିଆ ହୋଇଥିବା କିଛି ଲୋକ।

ପୂର୍ବରୁ ମଧ୍ୟ ଜାମିୟାଙ୍ଗ୍‌ ନାମ୍‌ଗ୍ୟାଲ୍‌ ନୃତ୍ୟ କରି ଲୋକମାନଙ୍କୁ ଚମତ୍କତ କରିଥିଲେ। ଭାଷଣ ଦେଇ ରାତାରାତି ଖ୍ୟାତି ହାସଲ କରିଥିବା ବିଜେପି ସାଂସଦ ସ୍ୱାଧୀନତା ଦିବସ ଉତ୍ସବ ପାଳନ ଅବସରରେ ତାଙ୍କ ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ଲୋକଙ୍କ ସହ ନୃତ୍ୟ କରିଥିଲେ।

ଜନ ଗହଳିପୂର୍ଣ୍ଣ ରାସ୍ତାରେ ଚାଲି ଚାଲି ଯିବା ବେଳେ ସେ ଜାତୀୟ ପତାକା ହଲାଇବା ସହ ନୃତ୍ୟ ପରିବେଶଣ କରୁଥିଲେ। ଗହଳି କରିଥିବା ଦେଖଣାହାରି ଓ ସମର୍ଥକମାନେ ହର୍ଷଧ୍ୱନି ଦେବା ସହ ଜାମିୟାଙ୍ଗ୍‌ ନାମ୍‌ଗ୍ୟାଲ୍‌ଙ୍କ ସହ ଫଟୋ ଉତ୍ତୋଳନ କରୁଥିଲେ।

ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଆଜି ସେଠାରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି।

ସମ୍ବନ୍ଧିତ ଖବର