କାଶ୍ମୀର ସରକାର ଲଦାଖ ପ୍ରତି ସବୁବେଳେ ବୈମାତୃକ ଭାବ ପ୍ରଦର୍ଶନ କରୁଥିଲେ : ଲଦାଖ ସାଂସଦ

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରକୁ ଦୁଇଭାଗ କରି ୨ଟି କେନ୍ଦ୍ର ଶାସିତ ଅଂଚଳ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଲଦାଖବାସୀ । ଲଦାଖର ପ୍ରତିନିଧିତ୍ୱ କରୁଥିବା ବିଜେପି ସାଂସଦ ଜମୟାଙ୍ଗ ସେରିଂ ନାଁଗ୍ୟାଲ ଆଜି ଲୋକସଭାରେ କହିଛନ୍ତି ଯେ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହେବା ଦ୍ୱାରା ଲଦାଖବାସୀଙ୍କ ବହୁଦିନର ସ୍ୱପ୍ନ ସାକାର ହୋଇଛି ।

ସେ କହିଛନ୍ତି ଯେ କେନ୍ଦ୍ରଶାସିତ ଅଂଚଳ ମାନ୍ୟତା ପାଇବା ପରେ ଲଦାଖର ବିକାଶ ତ୍ୱରାନ୍ଵିତ ହୋଇପାରିବ । ପୂର୍ବରୁ ଜାମ୍ମୁ ଓ କାଶ୍ମୀର ସରକାର ସବୁବେଳେ ଲଦାଖ ପ୍ରତି ବୈମାତୃକ ଭାବ ପ୍ରଦର୍ଶନ କରୁଥିଲେ । ଏବେ କିନ୍ତୁ ଏହା ଦୂର ହୋଇଯିବ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଧର୍ମନିରପେକ୍ଷତା ନାମରେ ସେ କଂଗ୍ରେସ ଓ କାଶ୍ମୀରର ରାଜନୈତିକ ଦଳଗୁଡ଼ିକ ଲଦାଖରେ ଧାରା ୩୭୦ର ଦୂରୁପଯୋଗ କରିଚାଲିଥିଲେ । ଏ ଅଞ୍ଚଳର ବୌଦ୍ଧ ବହୁଳ ଜନସଂଖ୍ୟାକୁ କୋଣଠେସା କରି ମୁସଲିମମାନଙ୍କୁ ଗୁରୁତ୍ୱ ଦେଇଚାଲିଥିଲେ ।

ସମ୍ବନ୍ଧିତ ଖବର