ଲଦାଖ ବିବାଦ: ଜୁନ୍ ୬ ତାରିଖରେ ଭାରତ ଓ ଚୀନ୍‌ର ବରିଷ୍ଠ ସାମରିକ ଅଧିକାରୀଙ୍କ ବୈଠକ

ନୂଆଦିଲ୍ଲୀ: ‘ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍’ଠାରେ କିଛି ସପ୍ତାହ ଧରି ଚାଲିଥିବା ବିବାଦର ସମାଧାନ ନିମନ୍ତେ ଉଭୟ ସେନାର ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ଙ୍କ ନେତୃତ୍ବରେ ଭାରତ ଓ ଚୀନ୍‌ ସେନାର ଅଧିକାରୀମାନେ ଶନିବାର ଦିନ ଏକ ବୈଠକରେ ଏକତ୍ର ହେବେ।

ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ସକାଳ ୮ଟା ବେଳେ ଚୀନ୍‌ ପଟର ଚୁସୁଲ୍-ମୋଲ୍‌ଦୋ ସୀମାନ୍ତ ପଏଣ୍ଟ୍‌ରେ ବୈଠକ ବସିବ। ୧୦ଜଣ ଭାରତୀୟ ଅଧିକାରୀଙ୍କ ସମତେ ଉଭୟ ପକ୍ଷର ଲେଫ୍ଟନାଣ୍ଟ୍‌ ଜେନେରାଲ୍ ଏହି ବୈଠକରେ ଭାଗ ନେବେ।

ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ବହୁବାର ଅନୁଷ୍ଠିତ ସାମରିକସ୍ତରୀୟ ଆଲୋଚନା ବିଫଳ ହେବା ପରେ ପ୍ରସ୍ତାବିତ ଲେଫ୍‌ଟନାଣ୍ଟ୍‌ସ୍ତରୀୟ ଆଲୋଚନା ଆୟୋଜନ କରାଯାଇଛି।

ଏଠାରେ ପ୍ରକାଶଯୋଗ୍ୟ କି, ଭାରତୀୟ ସୀମାନ୍ତର ମର୍ଯ୍ୟାଦା ବଜାୟ ରଖିବା ଦିଗରେ କୌଣସି ବୁଝାମଣା ହେବନାହିଁ ବୋଲି ଭାରତ ସ୍ପଷ୍ଟ ଭାବେ କହିଛି। ଭାରତ ଆହୁରି ମଧ୍ୟ କହିଛି ଯେ, ଶାନ୍ତିରେ ବିଶ୍ବାସ କରୁଥିବା ଭାରତ ସୀମାନ୍ତ ପ୍ରତିରକ୍ଷା ପ୍ରସଙ୍ଗ ଉଠିଲେ କଠୋର ପଦକ୍ଷେପ ଗ୍ରହଣ କରେ।

ସମ୍ବନ୍ଧିତ ଖବର