ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ୨୧ ବର୍ଷ ପୁରୁଣା ଚିଠି ଭାଇରାଲ ହେଉଛି। ଲାଡେନ ଆମେରିକାକୁ ଏହି ଚିଠି ଲେଖିଥିଲା । ଚିଠିରେ ବିନ୍ ଲାଡେନ ଲେଖିଥିଲା ଯେ ଇସ୍ରାଏଲ ପାଲେଷ୍ଟାଇନ ଦଖଲ ପାଇଁ ଆମେରିକାର ସମର୍ଥନ ହେଉଛି '୯/୧୧' ଆକ୍ରମଣର ଅନ୍ୟତମ କାରଣ। ଲାଡେନର ଏହି ଚିଠି ନ୍ୟୁଜ୍ ୱେବସାଇଟ୍ 'ଦି ଗାର୍ଡିଆନ୍'ରେ ଉପଲବ୍ଧ ଥିଲା, କିନ୍ତୁ ଏହା ଉପରେ ବିତର୍କ ହେବା ପରେ ଏବଂ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବାର ଅନେକ ଲୋକ କହିବା ପରେ ୱେବସାଇଟରୁ ଏହି ଚିଠି ଥିବା ଆର୍ଟିକିଲକୁ ଦି ଗାର୍ଡିଆନ୍' ହଟାଇ ଦେଇଥିଲା ।

Advertisment

ଲାଡେନ୍‌ର ୨୧ ବର୍ଷ ପୁରୁଣା ଚିଠି ଏବେ ପୁଣି ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ଅଲ-କାଏଦା ଆତଙ୍କବାଦୀ ସଂଗଠନ ମୁଖ୍ୟ ଓସାମା ବିନ୍ ଲାଡେନ ୨୦୦୧ ମସିହାରେ ହୋଇଥିବା ଆକ୍ରମଣ ପରେ ଏହି ଚିଠି ଲେଖିଥିଲା | ଉଲ୍ଲେଖ ଥାଉ କି ଅକ୍ଟୋବର ୭ ରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସର ଘାତକ ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲା ​​ଏବଂ ସେହି ଦିନଠାରୁ ଉଭୟ ପକ୍ଷ ମଧ୍ୟରେ ଲଢେଇ ଜାରି ରହିଛି ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ହମାସର ଆକ୍ରମଣକୁ '୯/୧୧' ସହିତ ତୁଳନା କରିଥିଲା | ବଡ କଥା ଯେ ଚିଠିର ଶେଷରେ ଓସାମା ବିନ୍ ଲାଡେନ ଲେଖିଥିଲା ଯେ, "ପାଲେଷ୍ଟାଇନକୁ ବନ୍ଦୀ ଭାବରେ ବିବେଚନା କରାଯିବ ନାହିଁ | ସେ ଆମେରିକାକୁ ଚେତାବନୀ ଦେଇଥିଲେ ଯେ ଆମେରିକାର ଏଭଳି କାର୍ଯ୍ୟ ପାଇଁ ଲୋକଙ୍କ ରକ୍ତ ଦେଇ ଭରଣା କରିବାକୁ ପଡିବ |