୯/୧୧ ଆକ୍ରମଣ ରିଙ୍ଗ୍‌ଲିଡର୍‌ର ଝିଅକୁ ବାହାହେଲା ଲାଡେନ୍‌ର ପୁଅ ହମ୍‌ଜା

ଲଣ୍ଡନ୍‌: କୁଖ୍ୟାତ ଅଲ୍‌କାଏଦା ଆତଙ୍କବାଦୀ ସ୍ୱର୍ଗତ ଓସାମା ବିନ୍‌ ଲାଡେନ୍‌ର ପୁଅ ହମ୍‌ଜା ବିନ୍‌ ଲାଡେନ୍‌ ବିବାହ କରିଥିବା ଜଣାପଡ଼ିଛି। ତେବେ ସେ ଯାହାକୁ ବିବାହ କରିଛି ତାହା ଏବେ ଆଲୋଚ୍ୟର ବିଷୟ ହୋଇଛି। ଆମେରିକାରେ ୨୦୦୧ରେ ହୋଇଥିବା ୯/୧୧ ଆକ୍ରମଣର ଜଣେ ରିଙ୍ଗ୍‌ଲିଡର ତଥା ମୁଖ୍ୟ ହାଇଜ୍ୟାକର୍‌ ମହମ୍ମଦ ଅଟ୍ଟାର ଝିଅକୁ ସେ ବିବାହ କରିଛି। ଓସାମା ବିନ୍‌ ଲାଡେନ୍‌ର ଭାଇ ଅହମ୍ମଦ ଏବଂ ହାସନ୍‌ ଅଲ-ଅତ୍ତାସ୍‌ ଦ୍ୱାରା ଉଭୟ ବିବାହ କରିଥିବା ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ହମ୍‌ଜା କେଉଁଠି ଅଛି ସେନେଇ ସ୍ପଷ୍ଟ ଖବର ନଥିଲେ ମଧ୍ୟ ସେ ଆଫଗାନିସ୍ତାନରେ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ହମ୍‌ଜା ଅଲ୍‌ କାଏଦାରେ ଏକ ବରିଷ୍ଠ ପଦବୀରେ ଥିଲା ଏବଂ ସେ ତା’ ବାପାର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ଲକ୍ଷ୍ୟ ରଖିଥିଲା ବୋଲି ଉଭୟ ଅହମ୍ମଦ୍‌ ଏବଂ ହାସନ ଅଲ୍‌-ଅତ୍ତାସ୍‌ ଏକ ସାକ୍ଷାତକାରରେ କହିଛନ୍ତି।

ସମ୍ବନ୍ଧିତ ଖବର