ମୁମ୍ବାଇ : ମହାରାଷ୍ଟ୍ର ସରକାରଙ୍କ 'ଲଡକି ବେହେନ ଯୋଜନା'ରେ ଏକ ବଡ଼ ଠକେଇ ସାମ୍ନାକୁ ଆସିଛି। ମହିଳାଙ୍କ ଆର୍ଥିକ ସହାୟତା ପାଇଁ ସ୍ୱତନ୍ତ୍ର ଭାବରେ ଚାଲିଥିବା ଏହି ଯୋଜନାର ୧୪,୨୯୮ ଜଣ ପୁରୁଷ ଠକେଇର ସୁଯୋଗ ନେଇଥିଲେ। ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସାମ୍ପ୍ରତିକ ସମୀକ୍ଷାରେ ଏହା ପ୍ରକାଶ ପାଇଛି, ଯେଉଁଥିରେ ପ୍ରକାଶ ପାଇଛି ଯେ ଏହି ଠକେଇ ଯୋଗୁଁ ସରକାରୀ ରାଜକୋଷକୁ ୨୧.୪୪ କୋଟି ଟଙ୍କାର କ୍ଷତି ହୋଇଛି।
ଲଡକି ବେହେନ ଯୋଜନା ହେଉଛି ଓଡ଼ିଶାର ଶୁଭଦ୍ରା ଯୋଜନା ପରି ଏକ ମହିଳା କୈନ୍ଦ୍ରୀକ ଯୋଜନା। ଏହି ଯୋଜନା ଅଗଷ୍ଟ ୨୦୨୪ରେ ଆରମ୍ଭ କରାଯାଇଥିଲା, ଯାହାର ଲକ୍ଷ୍ୟ ୨୧ ରୁ ୬୫ ବର୍ଷ ବୟସର ରାଜ୍ୟର ଆର୍ଥିକ ଦୁର୍ବଳ ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା।
ସୂଚନାଯୋଗ୍ୟ ଯେ ଲଡକି ବେହେନ ଯୋଜନା ହେଉଛି ଓଡ଼ିଶାର ଶୁଭଦ୍ରା ଯୋଜନା ପରି ଏକ ମହିଳା କୈନ୍ଦ୍ରୀକ ଯୋଜନା । ଏହି ଯୋଜନା ଅଗଷ୍ଟ ୨୦୨୪ରେ ଆରମ୍ଭ କରାଯାଇଥିଲା, ଯାହାର ଲକ୍ଷ୍ୟ ୨୧ ରୁ ୬୫ ବର୍ଷ ବୟସର ରାଜ୍ୟର ଆର୍ଥିକ ଦୁର୍ବଳ ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା। କିନ୍ତୁ ଏକ ସାମ୍ପ୍ରତିକ ହିତାଧିକାରୀ ଅଡିଟ୍ ରୁ ଜଣାପଡ଼ିଛି ଯେ ହଜାର ହଜାର ପୁରୁଷ ଜାଲ୍ ପରିଚୟ କିମ୍ବା ଡକ୍ୟୁମେଣ୍ଟ ମାଧ୍ୟମରେ ହିତାଧିକାରୀଙ୍କ ତାଲିକାରେ ସାମିଲ ହୋଇଥିଲେ ଏବଂ ଟଙ୍କା ଉଠାଇ ଚାଲିଥିଲେ। ଏବେ ସରକାରୀ ସ୍ତରରେ ପ୍ରଶ୍ନ ଉଠିଛି ଯେ ଏତେ ସଂଖ୍ୟକ ଲୋକଙ୍କ ଆବେଦନକୁ କିପରି ପାଶ୍ କରାଗଲା ? କେଉଁମାନେ ଡକ୍ୟୁମେଣ୍ଟ ଯାଞ୍ଚ କରୁଥିଲେ ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/26/new-project-20-2025-07-26-16-44-53.jpg)