ନୂଆଦିଲ୍ଲୀ: ନିର୍ବାଚନ ପରେ ଦିଲ୍ଲୀ ପାଇଛି ନୂଆ ସରକାର । ବିଜେପି ଆସିବା ପରେ ଲୋକେ ନୂଆ କିଛି ପାଇବାର ଆଶା ରଖିଥିଲେ ହେଲେ ଦିଲ୍ଲୀରେ ଦିନକୁ ଦିନ ବିଗୁଡ଼ୁଛି ପରିସ୍ଥିତି, ଆଇନଶୃଙ୍ଖଳା ସ୍ଥିତିରେ ଆସୁନି ସୁଧାର । ପୁଣିଥରେ ଅଶାନ୍ତ ହୋଇଛି ଦେଶର ରାଜଧାନୀ । ଉତ୍ତର-ପୂର୍ବ ଦିଲ୍ଲୀର ସୀଲମପୁରରେ ଜଣେ ନାବାଳକକୁ ଛୁରି ଭୁସି ହତ୍ୟା ଅଭିଯୋଗ ପରେ ପୂରା ଅଞ୍ଚଳରେ ଜାରି ରହିଛି ତୀବ୍ର ଉତ୍ତେଜନା ।
ଗୁରବାର ସୀଲମପୁରର ଜେ-ବ୍ଲକରେ ଜଣେ ୧୭ ବର୍ଷୀୟ ବାଳକକୁ ନିର୍ମମ ଭାବରେ ଛୁରି ଭୁସି ହତ୍ୟା କରାଯାଇଥିଲା । କୁନାଲ ଘରପାଖ ଦୋକାନକୁ କ୍ଷୀର ଆଣିବାକୁ ଯାଉଥିବା ବେଳେ ହଠାତ୍ ୫ ଜଣ ଦୁର୍ବୃତ୍ତ ହାତରେ ଛୁରି ଧରି ଆସି କୁନାଲଙ୍କୁ ଭୁସି ଚାଲିଥିଲେ । କୁନାଲଙ୍କ ଦେହ ସାରା ଛୁରିରେ ଲଗାତାର ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । କେବଳ ସେତିକି ନୁହେଁ ସିଲମପୁରର ଅନେକ ଘର ଗୁଡିକରେ ହିନ୍ଦୁ ବିରୋଧୀ ପୋଷ୍ଟର ଲାଗିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପୂରା ସିଲମପୁରରେ ଆତଙ୍କ ଖେଳିଯାଇଛି ।
ପରିସ୍ଥିତିକୁ ଆହୁରି ଖରାପ ନ କରିବା ପାଇଁ, ଗଳିକନ୍ଦିରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ପୋଲିସ ଛାଉଣୀରେ ଏବେ ପୂରା ଅଞ୍ଚଳ । ଅନ୍ୟପକ୍ଷରେ, ବିଳମ୍ବିତ ରାତିରୁ କ୍ରୋଧିତ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ସାହାଯ୍ୟ ନିବେଦନ କରିଛନ୍ତି ।
ତେବେ ଇତିମଧ୍ୟରେ ହତ୍ୟାକାଣ୍ଡ ପଛରେ ଥିବା ମାଷ୍ଟରମାଇଣ୍ଡ ଲେଡି ଡନ ଜିକ୍ରାକୁ ଧରିବାରେ ସଫଳ ହୋଇଛି ପୋଲିସ । ଏଥିସହ ଜିକ୍ରାର ଭାଇ ସାହିଲକୁ ମଧ୍ୟ ଅଟକ ରଖିଛି ପୋଲିସ । ଘଟଣାରେ ତଦନ୍ତ ଜାରି ରହିଥିବା ଦିଲ୍ଲୀ ପୋଲି ସୂଚନା ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/18/xJGp95jvc1cebV2dKRJ0.jpg)