ଯାହାଙ୍କୁ ଖୋଜିବାକୁ ନୌସେନାର ଖର୍ଚ୍ଚ ହେଲା ୧ କୋଟି, ସେ ମିଳିଲେ ବୟଫ୍ରେଣ୍ଡ୍ ସହ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ଏକ ଅଜବ ଘଟଣା ଘଟିଛି । ଜଣେ ନିଖୋଜ ଯୁବତୀଙ୍କ ମୃତଦେହକୁ ନୌସେନା ସମୁଦ୍ରରେ ଖୋଜୁଥିବା ବେଳେ ସେ ଆଉ ଏକ ସ୍ଥାନରେ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲୁଥିବା ବେଳେ ଧରାପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ୨୩ ବର୍ଷ ବୟସ୍କା ଉକ୍ତ ବିବାହିତା ଯୁବତୀ ଗତ ସୋମବାରଦିନ ନିଜ ସ୍ବାମୀଙ୍କ ସହ ବିଶାଖାପାଟଣା ବୁଲିବାକୁ ଆସିଥିଲେ । ପ୍ରଥମେ ସିଂହାଚଳମ ମନ୍ଦିରରେ ଦର୍ଶନ କରିବା ପରେ ସେମାନେ ସମୁଦ୍ର କୂଳ ବୁଲିବାକୁ ଯାଇଥିଲେ । ବୁଲୁଥିବାବେଳେ ସ୍ବାମୀଙ୍କ ମୋବାଇଲକୁ ଏକ କଲ ଆସିଲା । ସେ ନିଜ ଫୋନକଲରେ ବ୍ୟସ୍ତ ଥିବାବେଳେ ପତ୍ନୀ ସେଲଫି ନେଉଥିଲେ । କିନ୍ତୁ ଫୋନ କଲ ସାରି ସ୍ବାମୀ ଫେରିବା ପରେ ତାଙ୍କ ପତ୍ନୀ ଆଉ ନଥିଲେ । ଏଣେ ତେଣେ ଖୋଜିବା ପରେ ସେ ମିଳିନଥିଲେ । ତାଙ୍କର ସଂଦେହ ହେଲା ଯେ ସେ ସମୁଦ୍ରରେ ବୁଡ଼ି ଯାଇଛନ୍ତି ।

ଏ ସଂପର୍କରେ ତାଙ୍କ ସ୍ବାମୀ ପୁଲିସକୁ ଜଣାଇଥିଲେ । ପରେ ପୁଲିସର ଅନୁରୋଧ କ୍ରମେ ନୌସେନା, କୋଷ୍ଟଗାର୍ଡ ଆଦି ସମୁଦ୍ରରେ ତାଙ୍କୁ ଖୋଜିବା ଆରମ୍ଭ କରିଦେଲେ । ପ୍ରାୟ ୩୬ ଘଣ୍ଟା ଧରି ଗଭୀର ସମୁଦ୍ରରେ ଖୋଜା ଖୋଜି କରିବାରେ ନୌସେନାର ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଗଲା ।

ପରେ ଏହି ଘଟଣାରେ ଏକ ନାଟକୀୟ ମୋଡ଼ ଆସିଥିଲା । ନିଜେ ଯୁବତୀ ନିଜ ମାଙ୍କୁ ମେସେଜ କରି ଜଣାଇଲେ ଯେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ନେଲୋର ପଳାଇଆସିଛନ୍ତି । ଏହା ପରେ ହିଁ ଘଟଣାର ରହସ୍ୟ ଜଣାପଡ଼ିଥିଲା ।

ସମ୍ବନ୍ଧିତ ଖବର