ନୂଆଦିଲ୍ଲୀ: ଛୋଟ ପିଲାମାନଙ୍କର ଚକୋଲେଟ ପ୍ରିୟ ହୋଇଥିବା ବେଳେ ଅନେକ ବଡ଼ଲୋକ ବି ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଚକୋଲେଟ ପ୍ୟାକେଟ ଭିତରୁ ପୋକ ବାହାରିଥିବା ଏକ ଘଟଣା ସାମ୍ନାକୁ ଆସିଛି।

Advertisment

ୟୁକେର ୨୯ବର୍ଷୀୟା ମହିଳା ଏମା ହୁଟ୍ଟୋ ଚକୋଲେଟ ଖାଇବାକୁ ପସନ୍ଦ କରିଥାଆନ୍ତି। ସେଥିପାଇଁ ସେ ମଝିରେ ମଝିରେ ଚକୋଲେଟ କିଣି ଖାଇବା ସହିତ ନିଜ ପାଖରେ ରଖିଥାଆନ୍ତି। ନିକଟରେ ସେ ଏକ ରାସନ ଦୋକାନରୁ ଚକୋଲେଟ କିଣିଥିଲେ। ଏହାକୁ ଖୋଲିବା ପରେ ଚକୋଲେଟ ଯେମିତି ଦେଖାଯିବା କଥା ସେମିତି ରହିଥିଲା। ଏହାପରେ ଏମା ଖାଇବା ପାଇଁ ଯେମିତି ଚକୋଲେଟକୁ ଭାଙ୍ଗିଥିଲେ ସେଥିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ।


<p>महिला के हाथ से चॉक्लेट नीचे गिर गया। उसने वहीं दुकानदार को बुलाया और उससे पूछा कि क्या ये कीड़ा हैं? दोनों ने जब बार को गौर से देखा तो पाया कि पूरे बार के ऊपर कीड़े के अंडे भरे पड़े थे।  <br />  </p></p>
<p>

ଚକୋଲେଟର ବୋଧ ହୁଏ ଏକ୍ସପାଏରି ତାରିଖ ଶେଷ ହୋଇଯାଇଛି ଭାବି ସେ ଜରିକୁ ଲେଉଟାଇ ଦେଖିଥିଲେ। କିନ୍ତୁ ଚକୋଲେଟର ସମାପ୍ତି ତାରିଖ ଆହୁରି ଅନେକ ଦିନ ବାକି ଥିଲା। ଏହି ଘଟଣା ସମ୍ପର୍କରେ ଏମା ଚକୋଲେଟ କମ୍ପାନି ନାମରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଚକୋଲେଟ ପ୍ୟାକେଟକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚପରେ ଘଟଣା ପାଇଁ କମ୍ପାନି ଏମାଙ୍କୁ କ୍ଷମା ମାଗିବା ସହ ୧୦ୟୁରୋ ରାଶି ପ୍ରଦାନ କରିଥିଲା।

ଚକୋଲେଟ ପ୍ରତି ଦୁର୍ବଳତା ଥିବା ଏମା କହନ୍ତି, ଚକୋଲେଟରେ ଏଭଳି ପୋକ ସାଲୁବାଲୁ ହେଉଥିବା ଦେଖି, ମୋର ଏଥିପ୍ରତି ଘୃଣା ଆସି ଯାଇଛି। ମୁଁ ଆଉ କେବେ ଚକୋଲେଟ ଖାଇବି ନାହିଁ।