ଯୌନ ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କଲେ ବ୍ୟାଘ୍ର ଅଭୟାରଣ୍ୟର ଲେଡି ସିଂଘମ ଦୀପାଳି ଚଭନ

ସୁଇସାଇଡ୍ ନୋଟରେ ଉପରିସ୍ଥ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ

ଅମରାବତୀ: ମହାରାଷ୍ଟ୍ର ଅମରାବତୀ ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟରେ ନିୟୋଜିତ ୨୮ ବର୍ଷୀୟ ମହିଳା ବନ ଅଧିକାରୀ ଦୀପାଳି ଚଭନ ନିଜ ବନ୍ଧୁକରୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାରଦିନ ବିଳମ୍ବିତ ରାତିରେ ହରିମଲ ଗାଁ ନିକଟରେ ଥିବା ନିଜ ସରକାରୀ ବାସଭବନଠାରେ ସେ ଏଭଳି କରିଛନ୍ତି । ବନ୍ଧୁକ ସହିତ ତାଙ୍କର ରକ୍ତ ଜୁଡୁବୁଡୁ ଶରୀରକୁ ସଂପର୍କୀୟ ଓ ସହଯୋଗୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି।

ଜଙ୍ଗଲ ମାଫିଆଙ୍କ ବିରୋଧରେ ତାଙ୍କର ଲଢେଇକୁ ନେଇ ସାରା ମହାରାଷ୍ଟ୍ରରେ ଲେଡି ସିଂଘମ୍ ନାମରେ ସେ ପରିଚିତ ଥିଲେ । ତାଙ୍କ ସ୍ୱାମୀ ରାଜେଶ ମୋହିତେ ଚିଖଲାଧାରା ଟ୍ରେଜେରିରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସବୁଠାରୁ ବଡ଼କଥା ହେଉଛି ଦୀପାଳି ଲେଖିଥିବା ସୁଇସାଇଡ୍ ନୋଟ୍ । ସେ ତାଙ୍କ ସୁଇସାଇଡ୍ ନୋଟରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି କଥା ଲେଖିଛନ୍ତି । ନିଜ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ସେ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ଲେଖିଛନ୍ତି । ସେ ଲେଖିଛନ୍ତି କି, ତାଙ୍କର ଉପରିସ୍ଥ ଅଧିକାରୀ ଶିବକୁମାର ତାଙ୍କୁ ମାନସିକ ଓ ଯୌନ ନିର୍ଯାତନା ଦେଉଥିଲେ। ଯାହା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି।

Deepali chavan suicide case: मला कच्च्या रस्त्यावरून फिरवलं, त्यामुळे गर्भपात झाला; दीपाली चव्हाण यांचा धक्कादायक आरोप - Marathi News | Deepali chavan suicide case: Forest ...
Lokmat.com

ସୂଚନା ମୁତାବକ, ଦୀପାଳି କିଛିଦିନ ପୂର୍ବରୁ ଶିବକୁମାରଙ୍କ ବିରୋଧରେ ଏମଟିଆର ଫିଲ୍ଡ ଡାଇରେକ୍ଟର ଏମ୍.ଏସ୍ ରେଡ୍ଡିଙ୍କ ନିକଟରେ ଅଭିଯୋଗ କରିଥିଲେ । ହେଲେ ଶ୍ରୀ ରେଡ୍ଡି ଏହି ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ଏହାପରେ ଦୀପାଳି, ଶିବକୁମାର କିଭଳି କାର୍ଯ୍ୟରେ ଥିବା ବେଳେ ମଦ୍ୟପାନ କରି ତାଙ୍କ ସହ ଅଭଦ୍ର ବ୍ୟବହାର କରୁଥିଲେ ତାହା ପ୍ରକାଶ କରିଥିଲେ । ଏହାସହ ତାଙ୍କ ସହ ଯୌନ ସଂପର୍କ ରଖିବାକୁ ଶିବକୁମାର ତାଙ୍କୁ ବାଧ୍ୟ କରୁଥିବା କଥା ସେ ଲେଖିଥିଲେ । ଦୀପାଳି ବାରମ୍ବାର ଏଭଳି ଅଭିଯୋଗ ଆଣିବା ପରେ ଶିବକୁମାର ତାଙ୍କୁ ଅଧିକ କାମର ବୋଝ ଦେବା, ମାନସିକ ନିର୍ଯାତନା ଦେବା ସହ ଗୋଟିଏ ମାସର ଦରମା ଅଟକାଇ ଦେଇଥିଲେ । ଏ ନେଇ ମାନସିକ ଭାରସାମ୍ୟ ହରାଇ ସେ ଏଭଳି ନିଷ୍ପତ୍ତି ନେଇଥିବା କଥା ସୁଇସାଇଡ ନୋଟରେ ଲେଖିଛନ୍ତି ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୀପାଳିଙ୍କ ମୃ‌ତଦେହ ନେଇ ନାହାନ୍ତି ତାଙ୍କ ପରିବାର ଲୋକେ । ସେମାନେ କହିଛନ୍ତି କି, ସୁଇସାଇଡ ନୋଟରୁ ସ୍ପଷ୍ଟ ହୋଇଛି କି ଦୀପାଳିଙ୍କ ଆତ୍ମହତ୍ୟା ପାଇଁ ଶିବକୁମାର ଦାୟୀ । ତେଣୁ ବିଭାଗ ତରଫରୁ ଶିବକୁମାରଙ୍କୁ ଗିରଫ୍ ନ କରାଯିବା ଯାଏଁ ସେମାନେ ଦୀପାଳିଙ୍କ ଶବ ନେବେ ନାହିଁ କି ଅନ୍ତିମ ସଂସ୍କାର କରିବେ ନାହିଁ । ପରିବାର ଲୋକଙ୍କ ଏହି ଦାବି ପରେ ଅମରାବତୀ ପୁଲିସ ଡେପୁଟି କଞ୍ଜରଭେଟର ଅଫ୍ ଫରେଷ୍ଟ (ଡିସିଏଫ୍) ଶିବକୁମାରଙ୍କୁ ନାଗପୁର ରେଳ ଷ୍ଟେସନ ଠାରୁ ଗିରଫ୍ କରିଛି ।

ସମ୍ବନ୍ଧିତ ଖବର