ପାକିସ୍ତାନର ମିଛ: ଭାରତୀୟ ଯୁବତୀଙ୍କ ନକଲି ଟ୍ଵିଟ୍‌ ପରେ ଟ୍ଵିଟର୍‌ ଆକାଉଣ୍ଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଡିଫେ୍‌ନସ ଫୋରମ୍‌ ସଂସ୍ଥା ଡିଫେନ୍‌ସ ପିକେ.କମ୍‌ ପକ୍ଷରୁ ଟ୍ଵିଟର ଏବଂ ଫେସ୍‌ବୁକ୍‌ରେ ଫଟୋସପ୍‌ ସହାୟତାରେ ନକଲି ଫଟୋ ଛାଡ଼ି ଭାରତକୁ ବଦନାମ କରିବାକୁ ହୋଇଥିବା ଷଡ଼ଯନ୍ତ୍ର ଧରାପଡ଼ିଯାଇଛି। ପାକିସ୍ତାନ ଡିଫେନ୍‌ସ ଫୋରମ୍‌ର ଏହି କୁକର୍ମ ସାମ୍ନାକୁ ଆସିବା ପରେ ଏହାର ଟ୍ଵିଟର୍‌ ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଫଟୋକୁ ବ୍ୟବହାର କରି ଭାରତ ବିରୋଧରେ ଟ୍ଵିଟ୍‌ କରିଥିଲା ଡିଫେନ୍‌ସ ଫୋରମ୍‌। ଶନିବାର ସନ୍ଧ୍ୟାରେ ଭାରତୀୟ ଛାତ୍ରୀ କମ୍ବଲପ୍ରୀତଙ୍କ ଏହି ଫଟୋ ସେୟାର ହେବାପରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ଏବଂ ପାକ୍‌ ଫୋରମ୍‌ର ହୀନ ଉଦ୍ୟମ ପଦାରେ ପଡ଼ିଯାଇିଲା। ଫଟୋରେ ଛାତ୍ରୀ ଜଣକ ହାତରେ ପ୍ଲାକାର୍ଡ ଧରିଥିବା ଦେଖାଯାଇଥିଲା। ଏଥିରେ ଲେଖାଥିଲା- ମୁଁ ଜଣେ ଭାରତୀୟ , କିନ୍ତୁ ମୁଁ ଭାରତକୁ ଘୃଣା କରୁଛି। ଭାରତ ଏକ ଉପନେବଶ ଅଂଚଳ ଯାହା ନାଗାଲାଣ୍ଡ, କଶ୍ମୀର, ମଣିପୁର, ହାଇଦରାବାଦ, ଜୁନାଗଡ଼, ସିକିମ, ମିଜେରାମ ଏବଂ ଗୋଆକୁ ଅକ୍ତିଆର କରି ରଖିଛି।

ସମ୍ବନ୍ଧିତ ଖବର