ନୂଆଦିଲ୍ଲୀ: ଲଖିମ୍ପୁର ଖେରି ହିଂସାକାଣ୍ଡ ଆମ ଗଣତନ୍ତ୍ରରେ କଳାଦାଗ ବୋଲି ଆଜି ଭାରତୀୟ ଜନତା ପାର୍ଟିର ସାଂସଦ ବରୁଣ ଗାନ୍ଧୀ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ବରୁଣ ଗାନ୍ଧୀ କହିଛନ୍ତି, ଉପରୋକ୍ତ ଘଟଣାରେ ଜଡ଼ିତ ବୋଲି ଯେଉଁ କେନ୍ଦ୍ରମନ୍ତ୍ରୀଙ୍କ ନାଁ ଉଠିଛି, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।
Image Courtesy of India Todayକୃଷକମାନଙ୍କ ସମସ୍ୟା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଉକ୍ତ ପତ୍ରକୁ ବରୁଣ ଗାନ୍ଧୀ ଆଜି ଟୁଇଟର୍ରେ ସେୟାର୍ କରିଛନ୍ତି। ତିନି କୃଷି ଆଇନ ଉଚ୍ଛେଦ ନିମନ୍ତେ ସରକାରଙ୍କ ନିଷ୍ପତ୍ତିକୁ ସେ ସ୍ବାଗତ କରିଥିବା ସହ ସେ ଦାବି କରିଛନ୍ତି ଯେ, ପ୍ରତିବାଦକାରୀ କୃଷକମାନଙ୍କ ବିରୋଧରେ ଦାଏର ହୋଇଥିବା ସମସ୍ତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ମିଥ୍ୟା ଏତଲାଗୁଡ଼ିକୁ ରଦ୍ଦ କରାଯିବା ଉଚିତ।
Image Courtesy of NDTVବରୁଣ ଗାନ୍ଧୀ କହିଛନ୍ତି, ବରିଷ୍ଠ ପଦବୀରେ ଅବସ୍ଥାପିତ ଅନେକ ନେତା ଆନ୍ଦୋଳନରତ ଆମ କୃଷକମାନଙ୍କ ବିରୋଧରେ ଆକ୍ରୋଶମୂଳକ ବିବୃତି ଦେଇଛନ୍ତି। ଏଭଳି ମନ୍ତବ୍ୟ ଓ ଆନ୍ଦୋଳନସ୍ଥଳରେ ପ୍ରତିକୂଳାତ୍ମକ ପରିବେଶ ସୃଷ୍ଟି ହେତୁ ଲଖିମ୍ପୁର ଖେରିରେ ଅକ୍ଟୋବର ୩ ତାରିଖ ଦିନ ଆମର ୫ଜଣ ଚଷାଭାଇ ଗାଡ଼ି ଚାପାରେ ପ୍ରାଣ ହରାଇଲେ। ଏହି ଦୁଃଖଦ ଘଟଣା ଆମ ଗଣତନ୍ତ୍ର ଉପରେ ଗୋଟାଏ କଳାଦାଗ।
ଆପଣଙ୍କୁ ମୋର ଅନୁରୋଧ, ଏହି ଘଟଣାରେ ସମ୍ପୃକ୍ତ ଥିବା କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ସମୁଚ୍ଚିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, ନିରପେକ୍ଷ ତଦନ୍ତ ହୋଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Varun-Gandhis-Open-Letter-to-PM_Thumbnail.jpg)