ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଡେଙ୍ଗୁ ଏବଂ ମଧୁମେହରେ ପୀଡ଼ିତ ହୋଇଛନ୍ତି। ପୂର୍ବରୁ ଏଥିପାଇଁ ସେ ଜେଲ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍ବାସ୍ଥ୍ୟରେ ଅବନତି ଦେଖାଦେବା ଯୋଗୁଁ ପ୍ରଥମେ ତାଙ୍କୁ ଜେଲ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖରେ ଲଖିମପୁର ଖେରିଠାରେ ଆନ୍ଦୋଳନରତ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ଏହାପରେ ଉତ୍ତେଜିତ ଚାଷୀମାନେ ପାଲଟା ଆକ୍ରମଣ କରିଥିଲେ। ଏହି ଘଟଣାରେ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ରାଜନୀତି ସରଗରମ ରହିଛି।
ଲଖିମପୁର ଖେରି ହିଂସା ମାମଲା: ଗିରଫ ଆଶିଷଙ୍କୁ ଡେଙ୍ଗୁ, ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର
/sambad/media/post_attachments/wp-content/uploads/2021/10/564fh654sf65h4sf5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)