ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ପାଣି ଟାଙ୍କି ପରୀକ୍ଷଣ ସମୟରେ ଫାଟି ଯାଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଘୁରି ବୁଲୁଛି।
ଲକ୍ଷ୍ମୀପୁର ଖେରିରେ ଜଳ ଜୀବନ ମିଶନ ଅଧୀନରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ସାଧାରଣ ଲୋକଙ୍କ ଦ୍ୱାରା ବ୍ୟବହାର କରାଯିବା ପୂର୍ବରୁ ଏହି ପାଣିଟାଙ୍କିକୁ ପରୀକ୍ଷଣ କରାଯାଇଥିଲା। ଟାଙ୍କିରେ ପାଣି ଭର୍ତ୍ତି କରି ପରୀକ୍ଷଣ କରାଯାଉଥିବା ସମୟରେ କେହିକିଛି ବୁଝିବା ପୂର୍ବରୁ ଏହି ପାଣି ଟ୍ୟାଙ୍କଟି ବେଲୁନ ଭଳି ଫାଟି ଯାଇଥିଲା। ପାଣିସବୁ ଉଛୁଳି ତଳେ ପଡ଼ିଥିଲା। କିଛି ସମୟ ପାଇଁ ଘଟଣାସ୍ଥଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ଯେଉଁ କାରଣରୁ ପାଖ ଜମିରେ ଲାଗିଥିବା ଗହମ ଚାଷ ସବୁ ନଷ୍ଟ ହୋଇଯାଇଥିଲା।
गुणवत्ता और पारदर्शिता को भ्रष्टाचार पूरी तरह निगल चुका है। यूपी के जिला लखीमपुर खीरी में 03 करोड़ ₹ की लागत से टंकी बनाई गई, टेस्टिंग के लिए पानी भरते ही टंकी फट गई !! पानी का प्रेशर ही नहीं झेल पाई, जैसे ही पानी भरा भ्रष्टाचार की जय जय हो गई और टंकी फटकर ज़मीन पर आ गई।
— Ajit Singh Rathi (@AjitSinghRathi) April 26, 2025
बाक़ी… pic.twitter.com/HyZM4ODcpQ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/27/q1GshGzhLoGdWQTJRpXT.jpg)