ଶୋଇବା ସମୟରେ ଆରପାରିକୁ ଚାଲିଗଲା ଭିକାରୀ, ପାଖରେ ଥିବା ବ୍ୟାଗ୍‌ରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଜଣେ ଭିକାରୀଙ୍କ ବ୍ୟାଗ୍‌ରୁ ମିଳିଥିବା ଟଙ୍କାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଶୋଇଥିବା ସମୟରେ ଭିକାରୀଙ୍କ ମୃତ୍ୟୁ ହେବା ପରେ ତାଙ୍କ ପାଖରୁ ତାଙ୍କର ୧୨ବର୍ଷର ପୁଞ୍ଜି ଜବତ କରିଥିଲା ପୁଲିସ । ବ୍ୟାଗ୍‌ ଭିତରେ ଥିବା ଟଙ୍କାକୁ ଦେଖି ପ୍ରଥମେ ପୁଲିସ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ପରେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିକାରୀଙ୍କ ବ୍ୟାଗ୍‌ ଭିତରୁ ୩ଲକ୍ଷରୁ ଅଧିକ ଟଙ୍କା ମିଳିଥିବା କହିଛି ପୁଲିସ । ଭିକାରିଙ୍କ ନାଁ ବାଶା ବୋଲି ଜଣା ପଡ଼ିଥିବା ବେଳେ ସେ ୧୨ବର୍ଷ ପର୍ଯ୍ୟନ୍ତ ମନ୍ଦିର ଆଗରେ ଭିକ ମାଗି ଆସୁଥିଲେ ।

oneindia.com

ସୂଚନା ମୁତାବକ, ଜଣେ ଯୁବକ ପୁଲିସକୁ ଫୋନ କରି ବୃଦ୍ଧ ଭିକାରିଙ୍କ ମୃତ୍ୟୁର ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପରିଚୟ ଜାଣିବା ପାଇଁ ପୁଲିସ ବୃଦ୍ଧଙ୍କ ଜିନିଷର ଯାଞ୍ଚ କରିବା ପରେ ତାଙ୍କ ବ୍ୟାଗ୍‌ରୁ ୩,୨୨,୬୭୬ଟଙ୍କା ମିଳିଥିଲା । ଏବେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ପଠାଇ ଦିଆଯାଇଥିବା ବେଳେ ମିଳିଥିବା ଟଙ୍କାକୁ କେଉଁ କାମରେ ଲଗାଯିବ ତାହା ସ୍ପଷ୍ଟ ହୋଇ ନାହିଁ ।

ସମ୍ବନ୍ଧିତ ଖବର