ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ଏଲ୍‌ଓସି (ନିୟନ୍ତ୍ରଣ ରେଖା) ନିକଟସ୍ଥ ୩ ସୀମାନ୍ତ ଜିଲ୍ଲାରେ ପାକିସ୍ତାନ ଗତ ୪ ଦିନ ଧରି ଲଗାତାର ଗୁଳିଗୋଳା ମାଡ଼  ଏବଂ ଡ୍ରୋନ୍‌ ଆକ୍ରମଣ କରୁଛି। ଏଥିପାଇଁ ବାରମୂଳା, ବାନ୍ଦିପୁରା ଓ କୁପୱାଡ଼ା ଜିଲ୍ଲାର ଏଲ୍‌ଓସି ଅଞ୍ଚଳରୁ ପାଖାପାଖି ୧ଲକ୍ଷ ୧୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାପରେ ଆଶ୍ରୟସ୍ଥଳରେ ରହିଥିବା ଲୋକମାନେ ପୁଣି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।  ସୀମାନ୍ତ ଗ୍ରାମର ଜଣେ ବାସିନ୍ଦା ଇରଶାଦ ଅହମଦ ଖ୍ବାଜା ନିଜ ଘର ଛାଡ଼ିବାକୁ ରାଜି ନଥିଲେ।

Advertisment

ସେ କହିଥିଲେ ସାରା ଜୀବନ ଯେଉଁ ଘରେ କଟାଇଛି ସେ ଘର ଛାଡ଼ି ପାରିବିନି। ଜୀବନ ପ୍ରତି ବିପଦ ଆସିଲେ ବି ମୁଁ ମୋ ଘର ଛାଡ଼ି ପାରିବିନି। ବହୁତ ବୁଝାସୁଝା ପରେ ଇରଶାଦ୍‌ ବାରମୁଲା ସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଏବେ ସେ ତାଙ୍କ ଘରକୁ ଫେରିଛନ୍ତି। ପାକିସ୍ତାନର ଗୋଳାମାଡ଼ ଯୋଗୁଁ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି।