ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ସିଙ୍ଗଲ୍ସରେ ସେମିଫାଇନାଲରେ ପରଜିତ ହୋଇ ଅଲିମ୍ପିକ୍ସରୁ ବିଦାୟ ନେଇଛନ୍ତି । ସେ ନିଜର ଡେନମାର୍କ ପ୍ରତିଦ୍ବିନ୍ଦୀ ତଥା ବିଶ୍ୱର ଦୁଇ ନମ୍ବର ବ୍ୟାଡମିଣ୍ଟନ ଖେଳାଳି ଭିକ୍ଟର ଆକ୍ସେଲସେନଙ୍କଠାରୁ ୨୦-୨୨, ୨୧-୧୪ରେ ହାରିଯାଇଛନ୍ତି । ଉଭୟ ଗେମ ଆରମ୍ଭରୁ ସେ ଆକ୍ସେଲସେନଙ୍କଠାରୁ ଆଗୁଆ ରହିଥିଲେ ବି ପରେ ତାହାକୁ କାଏମ ରଖିପାରିନଥିଲେ ।
ପ୍ରଥମ ଗେମ ହାରିବା ପରେ ଦ୍ବିତୀୟ ଗେମ୍ ରେ ଲକ୍ଷ୍ୟ ଭଲ ଆରମ୍ଭ କରିଥିଲେ ଓ ଗୋଟିଏ ସମୟରେ ସେ ୬-୦ରେ ଆଗୁଆ ରହିଥିଲେ। ଏହାପରେ ଭିକ୍ଟର ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪-୮ରେ ସ୍କୋର କରିଥିଲେ। ସେବେଠାରୁ ଲକ୍ଷ୍ୟ ଟିକେ ଅସହଜ ଦେଖାଯାଉଥିଲେ ଏବଂ ସେପଟେ ଭିକ୍ଟର ସ୍କୋରକୁ ବଢାଇଚାଲିଥିଲେ । ଏହାପରେ ଭିକ୍ଟର ଗୋଟିଏ ପରେ ଗୋଟିଏ ପଏଣ୍ଟ ହାସଲ କରି ୧୭-୧୩ରେ ଆଗୁଆ ରହିଥିଲେ। ଏହାପରେ ଲକ୍ଷ୍ୟ ଆଉ ଫେରି ପାରିନଥିଲେ। ଶେଷରେ ଭିକ୍ଟର ଦ୍ବିତୀୟ ଗେମ୍ କୁ ୨୧-୧୪ରେ ଜିତିନେଇଥିଲେ।
ସେମିରେ ହାରି ବିଦାୟ ନେଇଥିଲେ ବି ଲକ୍ଷ୍ୟ ସେନ ଚଳିତ ଅଲିମ୍ପିକ୍ସରେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି । କାରଣ ସେ ଲକ୍ଷ୍ୟ ସେନ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଥିଲେ। ଅଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ।