ଆଇଜଲ: ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଜେଡ୍ପିଏମ୍ (ଜୋରାମ୍ ପିପୁଲ୍ସ ମୁଭମେଣ୍ଟ୍) ନେତା ଲାଲଦୁହୋମା ଆଜି ଶପଥ ନେଇଛନ୍ତି। ରାଜଭବନରେ ରାଜ୍ୟପାଳ ହରି ବାବୁ କମ୍ଭମପତି ଲାଲଦୁହୋମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭାରେ ଜେଡ୍ପିଏମ୍ ୨୭ଟି ଆସନରେ ବିଜୟୀ ହୋଇଛି। ଲାଲଦୁହୋମା ସର୍ଚ୍ଚସିପ୍ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଜିତିଛନ୍ତି। ସେ ମିଜୋ ନ୍ୟାସନାଲ ଫ୍ରଣ୍ଟ୍ର ପ୍ରାର୍ଥୀ ଜେ ମଲସ୍ବାମଜୁଆଲାଙ୍କୁ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୭୪ ବର୍ଷୀୟ ଲାଲଦୁହୋମା ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ। ୧୯୭୭ ମସିହାରେ ସେ ଆଇପିଏସ୍ ଅଫିସର ଭାବେ ନିଯୁକ୍ତ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସୁରକ୍ଷା ମୁଖ୍ୟ ଭାବେ ୧୯୮୨ ମସିହାରେ ଦାୟିତ୍ବ ନିର୍ବାହ କରିଥିଲେ। ଚାକିରି ଛାଡ଼ିବା ପରେ ୧୯୮୪ରେ ସେ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp