ନୂଆଦିଲ୍ଲୀ: ‘ମୋଦୀ ସାଙ୍ଗିଆ’ ଉପରେ ଆପତ୍ତିଜନ ଟିପ୍ପଣୀ ଦେଇଥିବା କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କ ନାଁରେ ଇଂଲଣ୍ଡ ଅଦାଲତରେ ମାମଲା ଦାଏର କରିବେ ବୋଲି ଆଜି ‘ଆଇପିଏଲ୍’ର ପୂର୍ବତନ ମୁଖ୍ୟ ଲଳିତ ମୋଦୀ କହିଛନ୍ତି।
ସୂଚନାଯୋଗ୍ୟ, ‘ଆଇପିଏଲ୍’ରେ ଆର୍ଥିକ ଅନିୟମିତତା ଅଭିଯୋଗରେ ସମ୍ମୁଖୀନ ହେବା ପରେ ୨୦୧୦ରୁ ଲଣ୍ଡନ୍ରେ ଅବସ୍ଥାନ କରୁଥିବା ଲଳିତ ମୋଦୀ କହିଛନ୍ତି, ସେ ରାହୁଲ୍ଙ୍କୁ ଅଦାଲତରେ ଅପଦସ୍ଥ କରିବେ।
ମୋଦୀ ସାଙ୍ଗିଆଧାରୀଙ୍କୁ ଚୋର କହିଥିବା ଅଭିଯୋଗରେ ଗତ ଶୁକ୍ରବାର ଦିନ କେରଳର ୱାୟନାଡ଼ର ଲୋକସଭା ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଗୁଜରାଟର ସୁରତ ଜିଲ୍ଲା ଅଦାଲତ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୫୦୦୦ ଟଙ୍କା ଜରିମାନା କରିବା ପରେ ଲଳିତ ମୋଦୀ ଉପରୋକ୍ତ କଥା କହିଛନ୍ତି।
ସୂଚନାଯୋଗ୍ୟ, ‘ଆଇପିଏଲ୍’ରେ ଆର୍ଥିକ ଅନିୟମିତତା ଅଭିଯୋଗରେ ସମ୍ମୁଖନୀ ହୋଇଥିବା ଲଳିତ ମୋଦୀ ଓ ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀ ପ୍ରଭୃତିଙ୍କୁ ଉଦ୍ଦେଶ୍ୟ କରି ରାହୁଲ୍ ଏଭଳି ମନ୍ତବ୍ୟ ଦେଇଥିଲେ।
Image Courtesy of India Todayଆଜି ରାହୁଲ୍ଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି କେତେକ ଟୁଇଟ୍ରେ ଲଳିତ ମୋଦୀ ରାହୁଲ୍ ଗାନ୍ଧୀଙ୍କୁ ସମାଲୋଚନା କରି କହିଛନ୍ତି, ମୁଁ ବିଚାର ବ୍ୟବସ୍ଥାର ପଳାତକ ବୋଲି ସାଧାରଣ ଜନତା ଓ ଗାନ୍ଧୀଙ୍କ ସହଯୋଗୀମାନେ ବାରମ୍ବାର କହୁଛନ୍ତି କାହିଁକି? କେଉଁ ଦୃଷ୍ଟିରୁ? ମୁଁ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇନାହିଁ।
ସେ ମଧ୍ୟ ଦାବି କରିଛନ୍ତି ଯେ, ସେ ବିଶ୍ବରେ ଆୟୋଜନ କରିଥିବା ବୃହତ୍ତମ କ୍ରୀଡ଼ା କାର୍ଯ୍ୟକ୍ରମ ପ୍ରାୟ ୧୦ ବିଲିୟନ୍ ଡଲାର୍ ଆୟ କରିଛି। ଗାନ୍ଧୀ ପରିବାରଠାରୁ ତାଙ୍କ ପରିବାର ଭାରତ ପାଇଁ ବହୁତ କିଛି ଅଧିକ କରିଛି।
ଅଭିଯୋଗକୁ ସତ୍ୟ ପ୍ରମାଣିତ କରିବା ଲାଗି ରାହୁଲ୍ଙ୍କୁ ଚାଲେଞ୍ଜ୍ କରି ସେ କହିଛନ୍ତି, ଅଦାଲତରେ ରାହୁଲ୍ଙ୍କୁ ଅପଦସ୍ଥ କରିବାକୁ ସେ ଆନନ୍ଦର ସହ ଅପେକ୍ଷା କରିଛନ୍ତି।
Image Courtesy of NDTVସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କେତେକ କଂଗ୍ରେସ ନେତାଙ୍କର ବିଦେଶରେ ସମ୍ପତ୍ତି ଅଛି। ସେ ସେସବୁର ଠିକଣା ଓ ଫଟୋ ଯୋଗାଇ ଦେଇ ପାରିବେ।
କଠୋର ମାନହାନି ଆଇନ ପ୍ରଣୟନ ହେବା ମାତ୍ରେ ସେ ଭାରତକୁ ଫେରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Lalit-Modi-on-Rahul-Gandhi_Thumbnail.jpg)