ଚେନ୍ନାଇ: ଆଇପିଏଲ୍‌ ପ୍ରତିଷ୍ଠାତା ଲଲିତ ମୋଦୀ ଏବଂ ପୂର୍ବତନ ବିଶ୍ବ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଛି! ଇନଷ୍ଟାଗ୍ରାମରେ ଲଲିତ ମୋଦୀଙ୍କ ଅତ୍ୟାଧୁନିକ ବାୟୋ ହେଉଛି ଏହି ନୂତନ ଚର୍ଚ୍ଚାର କାରଣ। ଜୁଲାଇ ୧୪ରେ ଲଲିତ ମୋଦୀ ଘୋଷଣା କରିଥିଲେ ଯେ ସେ ସୁସ୍ମିତା ସେନ୍‌ଙ୍କୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କ ଅନ୍ତରଙ୍ଗ ଫଟୋ ସେୟାର କରି ସମସ୍ତଙ୍କୁ ସେ ଚକିତ କରି ଦେଇଥିଲେ। ଏହାପରେ ସେ ତାଙ୍କ ଇନଷ୍ଟାଗ୍ରାମ ଡିପିରେ ସୁସ୍ମିତାଙ୍କ ସହ ତାଙ୍କ ଫଟୋ ରଖିଥିଲେ। ସେ ତାଙ୍କର ଇନଷ୍ଟାଗ୍ରାମ ବାୟୋକୁ ମଧ୍ୟ ବଦଳାଇଥିଲେ। ସେଥିରେ ସେତେବେଳେ ଲେଖାଥିଲା ଯେ ‘ଆଇପିଲ୍‌ ଟି-୨୦ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ପ୍ରତିଷ୍ଠାତା ଶେଷରେ ସ୍ମିତାଙ୍କ ସହ ଏକ ନୂତନ ଜୀବନ ଆରମ୍ଭ କଲେ।’ତେବେ ସୋମବାର ଲଲିତ ମୋଦୀ ନିଜର ଇନଷ୍ଟାଗ୍ରାମ ଡିପି ଏବଂ ବାୟୋକୁ ପୁଣି ଥରେ ବଦଳାଇ ଦେଇଛନ୍ତି ଏବଂ ସୁସ୍ମିତାଙ୍କ ନାମକୁ ମଧ୍ୟ ହଟାଇ ଦେଇଛନ୍ତି। ତେଣୁ ସେମାନଙ୍କ ବିଚ୍ଛେଦ ଗୁଜବ ସତ୍ୟ ହୋଇପାରେ ବୋଲି କୁହାଯାଉଛି।