ଲାଲୁ ପ୍ରସାଦ ଯାଦବଙ୍କୁ ଗିରଫ କରିବାକୁ ସେନାର ସହାୟତା ଲୋଡ଼ିଥିଲା , ତଥାପି ଅସଫଳ ହୋଇଥିଲା ସିବିଆଇ!

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ମାମଲାରେ ସିବିଆଇ ଗିରଫ କରିବାକୁ ଚାହୁଁଥିଲା, କିନ୍ତୁ ଏଥିରେ ରାଜ୍ୟ ସରକାରଙ୍କ ପୁଲିସ ସିବିଆଇକୁ ସହଯୋଗ କରୁ ନଥିଲା। ଏହା ଫଳରେ ସିବିଆଇ ସେନାର ସହାୟତା ଲୋଡ଼ିଥିଲା। ଏହି ଘଟଣା ୨୨ ବର୍ଷ ତଳର। ସେହି ସମୟରେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ପଦ ପତ୍ନୀ ରାବ୍ରୀ ଦେବୀଙ୍କୁ ଦେଇ ସାରିଥିଲେ। ଲାଲୁଙ୍କୁ ସିବିଆଇ ଚାରା ଦୁର୍ନୀତି ମାମଲାରେ ଗିରଫ କରବିାକୁ ଚାହୁଁଥିଲେ। ଏହାର ନେତୃତ୍ୱ ନେଇଥିଲେ ତତାକଳୀନ ସହାୟକ ନିର୍ଦ୍ଦେଶକ ୟୁ ଏନ୍‌ ବିଶ୍ୱାସ।

photo-hindustan times

ଶ୍ରୀ ବିଶ୍ୱାସ ସେତେବେଳେ ବିହାରର ଡିଜି ପୁଲିସ ଓ ମୁଖ୍ୟ ଶାସନ ସଚିବଙ୍କୁ ଯୋଗାଯୋଗ କରିଥିଲେ,ମାତ୍ର ସେ ଦୁହେଁ ଧରାଛୁଆଁ ଦେଇ ନ ଥିଲେ। ଏହାପରେ ସିବିଆଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଇନ୍ଦ୍ରଜିତ ଗୁପ୍ତାଙ୍କୁ ଏ ସଂପର୍କରେ ସୂଚିତ କରିଥିଲା। ତା’ପରେ ସେନାର ସହାୟତା ନିଆଯାଇଥିଲା,ମାତ୍ର ସେନା ମଧ୍ୟ ଏଥିରେ ପଛଘୁଞ୍ଚା ଦେଇଥିଲା। ଏହାପରେ ସିବିଆଇ ଲାଲୁ ପ୍ରସାଦ ଯାଦବଙ୍କୁ ଗିରଫ କରି ପାରି ନ ଥିଲା। କିନ୍ତୁ ଏହାର ପୁରସ୍କାର ୟୁ ଏନ୍‌ ବିଶ୍ୱାସଙ୍କୁ ମିଳିଥିଲା ପଶ୍ଚିମ ବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ୟୁଏନ ବିଶ୍ୱାସ ଅବସର ନେବା ପରେ ୨୦୧୧ ରୁ ୨୦୧୬ ଯାଏଁ ମନ୍ତ୍ରୀ ପଦରେ ରହିଥିଲେ।

ସମ୍ବନ୍ଧିତ ଖବର