ପାଟନା, ୨/୭: ବିହାରରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ କଳହ ତେଜିବାରେ ଲାଗିଛି। ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି ଫେସ୍ବୁକ୍ ପୋଷ୍ଟ୍ରେ ତାଙ୍କ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ଦଳ ଭିତରେ ତାଙ୍କୁ ଘୋର ଉପେକ୍ଷା କରାଯାଉଛି ଏବଂ ତାଙ୍କ କଥା ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ମା’ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ମଧ୍ୟ ତାଙ୍କ କଥାକୁ ଗୁରୁତ୍ୱ ଦେଉନଥିବାରୁ ଘର ଭିତରେ ଓ ଦଳରେ ତାଙ୍କର ସମସ୍ୟା ବଢ଼ୁଥିବା ତେଜପ୍ରତାପ ଉଲ୍ଲେଖ କରିଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ସେ ରାଜନୀତି ଛାଡ଼ିଦେବେ ବୋଲି କହିଛନ୍ତି। ଆରଜେଡି ନେତା ଓମ୍୍ ପ୍ରକାଶ ଯାଦବ ଏବଂ ସୁବୋଧ କୁମାର ରୟ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ମା’ଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସେମାନଙ୍କ କଥା ଶୁଣି କାମ କରୁଛନ୍ତି ବୋଲି ତେଜପ୍ରତାପ କହିଛନ୍ତି। ଗତମାସରେ ମଧ୍ୟ ତେଜପ୍ରତାପ ଫେସ୍୍ବୁକ୍୍ରେ ନିଜ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ସେ ସାନଭାଇ ତେଜସ୍ୱୀଙ୍କୁ ପିତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା କହିଥିଲେ। ଲାଲୁ ପରିବାର କଳହ ତୀବ୍ର ହେଉଥିବାରୁ ଏହା ପରିବାର ବିଭାଜନର ଆରମ୍ଭ ବୋଲି ଅନେକ ମତ ଦେଇଛନ୍ତି।
ଲାଲୁ ପରିବାର ବିବାଦ ତେଜିଲା:ତେଜପ୍ରତାପଙ୍କ ଟାର୍ଗେଟ୍ରେ ରାବ୍ରୀ
/sambad/media/post_attachments/wp-content/uploads/2018/07/tejpratap3-k4gG-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)