ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନୋବେଲ ପୁରସ୍କାର ଦେବାକୁ ଦାବି କରିଛନ୍ତି। ଆପଣ ଏହା ଶୁଣି ଆଶ୍ଚର୍ଯ୍ୟ ହେଲେ କି ? କାରଣ ରାଜନୀତିରେ ପରସ୍ପରର ବିରୋଧୀ ଭାବେ ଜଣାଶୁଣା ଲାଲୁ-ନୀତିଶଙ୍କ ମଧ୍ୟରେ ଏତେ ନିବିଡ଼ତା କିଭଳି ବଢ଼ିଲା? ବାସ୍ତବରେ ବିହାରର ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଲାଲୁ ନୀତିଶଙ୍କ ଉପରେ ତେରେଛା ବାଣ ମାରିଛନ୍ତି | ଲାଲୁ ପ୍ରସାଦ ଯାଦବ କରୋନା ମହାମାରୀ ସମୟରେ ବିହାରର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛନ୍ତି।
मधुबनी के जनता मालिकों का कहना है कि जिले में ऐसे सैकड़ों स्वास्थ्य केंद्र बंद कराने के लिए नीतीश कुमार को नोबेल पुरस्कार के लिए नामांकित करना चाहिए। https://t.co/w2wSjOJljK
— Lalu Prasad Yadav (@laluprasadrjd) May 26, 2021
ସେ କ୍ରମାଗତ ଭାବରେ ଏହି ବିଷୟରେ ଟ୍ୱିଟ୍ କରୁଛନ୍ତି। ପ୍ରକୃତରେ ମଧୁବାନୀ ଆରଜେଡିର ଏକ ଟ୍ୱିଟ୍ ସେୟାର କରି ଲାଲୁ ଲେଖିଛନ୍ତି ଯେ ଯେ ଏହିପରି ଶହ ଶହ ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ପାଇଁ ନୋବେଲ ପୁରସ୍କାର ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମନୋନୀତ କରାଯିବା ଉଚିତ। କେବଳ ନୀତିଶ କୁମାର ନୁହେଁ ବରଂ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କୁ ନୋବେଲ ପୁରସ୍କାର ମଧ୍ୟ ଦାବି କରାଯାଇଛି।
ଲାଲୁଙ୍କ ପ୍ରତ୍ୟକ୍ଷ ଆକ୍ରମଣ ଉପରେ ଜେଡିୟୁ ମୁଖପାତ୍ର ନୀରଜ କୁମାର କହିଛନ୍ତି ଯେ କେତେ ରୋଗୀ ପ୍ରଥମେ ଲାଲୁଙ୍କ ଗାଁ ଫୁଲୱାରିଆକୁ ପୂର୍ବରୁ ଯାଉଥିଲେ ଓ ଏବେ କେତେ ଯାଉଛନ୍ତି ତାହାର ହିସାବ ପ୍ରଥମେ ରଖନ୍ତୁ | ଲାଲୁ ୧୨୩ଟି ବିଦ୍ୟାଳୟ ନିର୍ମାଣ କରିଥିଲେ, କିନ୍ତୁ ମେଡିକାଲ କଲେଜ ଏବଂ ନର୍ସିଂ ସ୍କୁଲ ବିଷୟରେ କାହିଁକି ଭାବିନଥିଲେ? ସୂଚନା ଥାଉ କି ଲାଲୁ ପ୍ରସାଦ ଯାଦବଙ୍କୁ ଏବେ ଜାମିନରେ ମୁକ୍ତ କରାଯାଇଛି। ବର୍ତ୍ତମାନ ସେ ତାଙ୍କ ବଡ଼ ଝିଅ ତଥା ରାଜ୍ୟସଭା ସାଂସଦ ମିସା ଭାରତୀଙ୍କ ଦିଲ୍ଲୀ ବାସଭବନରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/414cb531-ed7c-4c59-b812-38f98b2c1ae9.jpg)