ଲାଲୁ ରାୟ ସ୍ୱୀକାର ନକରି ଶସ୍ତା ରାଜନୀତି କରୁଛନ୍ତି: ବିଜେପି

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ୱେ ଲାଲୁ ପ୍ରସାଦ କୋର୍ଟ ରାୟକୁ ନମ୍ରତାର ସହ ଗ୍ରହଣ କରିବା ବଦଳରେ ଏହି ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି। ଲୋକଙ୍କୁ ଠକିବା, ସରକାରୀ ଅର୍ଥ ଆତ୍ମସାତ କରିବା ଏବଂ ନାନା ଦୁର୍ନୀତିରେ ବୁଡ଼ି ରହିଥିବା ଲାଲୁ ଏବଂ କଂଗ୍ରେସକୁ ଉଚିତ ଶିକ୍ଷା ମିଳିବା ଆଶବ୍ୟକ ବୋଲି ସେ କହିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ଦୁର୍ନୀତି କରି କେହି ବର୍ତ୍ତିପାରିବେ ନାହିଁ ଏହା ଗୋଖାଦ୍ୟ ଦୁର୍ନୀତି ମାମଲାରେ ପ୍ରମାଣିତ ହୋଇଛି। ଲାଲୁ ଦୋଷୀ ସାବ୍ୟସ୍ତ ହେବା ନ୍ୟାୟର ବିଜୟ ବୋଲି ସେ କହିଛନ୍ତି। ଗୁଜରାଟ ଏବଂ ହିମଳାଚଳ ନିର୍ବାଚନ ପରିଣାମ କଥା ଉଲ୍ଲେଖ କରି ରବିଶଙ୍କର କହିଛନ୍ତି ଯେ ପରାଜୟ ସତ୍ତ୍ୱେ କଂଗ୍ରେସ ଏହାକୁ ନିଜର ବିଜୟ ବୋଲି ଦେଖାଇ ଲୋକଙ୍କୁ ଅପମାନିତ କରୁଛି ଏବଂ ଏବେ ଏହି ଦଳ ଦୁର୍ନୀତି ସପକ୍ଷରେ ବୟାନ ଦେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର