ଲାଲୁଙ୍କ ନିଦ ହଜିଯାଇଛି, ଛାଡ଼ପତ୍ରକୁ ସମର୍ଥନ କଲେ ଘରକୁ ଫେରିବି: ତେଜପ୍ରତାପ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଏବେ ସଙ୍କଟ ବଢ଼ିଯାଇଛି। ପ୍ରଥମେ ଲାଲୁଙ୍କ ଦୁଇ ପୁଅ ‌ତେଜପ୍ରତାପ ଏବଂ ତେଜସ୍ବୀଙ୍କ ମଧ୍ୟରେ ତୀବ୍ର ମତଭେଦ ଖବର ମିଳିଥିବା ବେଳେ ଏବେ ପୁଣି ତେଜପ୍ରତାପଙ୍କ ଛାଡ଼ପତ୍ର ମାମଲା ଲାଲୁଙ୍କ ଚିନ୍ତା ବଢ଼ାଇ ଦେଇଛି। ତେଜପ୍ରତାପଙ୍କ ଛାଡ଼ପତ୍ର ଚିନ୍ତାରେ ଲାଲୁଙ୍କୁ ଆଉ ରାତିରେ ନିଦ ହେଉନି। ସେ ରାତିରେ ୬ ଘଣ୍ଟା ବି ଶୋଇ ପାରୁନାହାନ୍ତି। ଏହାଦ୍ବାରା ତାଙ୍କ ବିଷାଦ ବଢ଼ିଯାଇଛି ବୋଲି ଲାଲୁଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି। ଲାଲୁ ୧୪-୧୫ଟି ରୋଗରେ ପୀଡ଼ିତ। ତେବେ ପରିବାରରେ ଲାଗି ରହିଥିବା ବିଶୃଙ୍ଖଳା ହେତୁ ତାଙ୍କ ସ୍ବା‌ସ୍ଥ୍ୟାବସ୍ଥା ଆହୁରି ଅଧିକ ଖରାପ ‌ଆଡ଼କୁ ଗତି କରୁଛି। ସେପଟେ ଗତ କିଛିଦିନ ହେବ ଘରଠାରୁ ଦୂରରେ ଥିବା ତେଜପ୍ରତାପ ଆଜି କହିଛନ୍ତି ଯେ ସେ ଏବେ ହରିଦ୍ବାରରେ ଅଛନ୍ତି। କିନ୍ତୁ ପରିବାର ସଦସ୍ୟ ଯେ ପର୍ଯ୍ୟନ୍ତ ତାଙ୍କ ଛାଡ଼ପତ୍ର ନିଷ୍ପତ୍ତିକୁ ସମର୍ଥନ ନ କରିଛନ୍ତି ସେ ପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ ବୋଲି କହିଛନ୍ତି। ସାନ ଭାଇ ତେଜସ୍ବୀ ଯାଦବଙ୍କ ଜନ୍ମଦିନରେ ସେ ତାଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର