୧୯ ମାସର ଜେଲ ଜୀବନଭିତରୁ ୧୭ ମାସ ଡାକ୍ତରଖାନାରେ ରହିଛନ୍ତି ଲାଲୁ ପ୍ରସାଦ ଯାଦବ

ରାଞ୍ଚି: ଜେଲକୁ ଯିବାମାତ୍ରେ ହାଇପ୍ରୋଫାଇଲ୍‌ ଲୋକଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଏ। ଯଦି ରାଞ୍ଚିର ବୀରସା ମୁଣ୍ଡା ଜେଲର ଗତ ୧୦ ବର୍ଷର ଇତିହାସକୁ ଦେଖିବେ, ତେବେ ଏଠାକୁ ଡଜନେରୁ ଅଧିକ ଭିଆଇପି ଲୋକ ରହିଛନ୍ତି।

ଏହାର ସଦ୍ୟତମ ଉଦାହରଣ ହେଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ(୭୧)। ସେ ଏହି ଜେଲରେ ୧୯ ମାସର ସଜା କାଟୁଥିବା ବେଳେ ଏଥିମଧ୍ୟରୁ ୧୭ ମାସ ରହିଛନ୍ତି ହସ୍ପିଟାଲରେ। ଏବେ ବି ଲାଲୁ ପ୍ରସାଦ ରାଞ୍ଚିର ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନସେସ (ରିମ୍‌ସ)ରେ ଅଛନ୍ତି। ତାଙ୍କର ସୁରକ୍ଷା ଲାଗି ୪୨ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

photo-collegedunia

ଜେଲ ଆଇଜି ବୀରେନ୍ଦ୍ର ଭୂଷଣଙ୍କ ଅନୁଯାୟୀ ରିମ୍‌ସର ନିର୍ଦ୍ଦେଶକ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟର ତଦନ୍ତ ରିପୋର୍ଟ ପ୍ରତି ମାସରେ ଜେଲକୁ ପଠାଇଥାଆନ୍ତି। କିନ୍ତୁ ପ୍ରତି ଥର ରିପୋର୍ଟରେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଓ ଫିଟ୍‌ ନ ଥିବା ଦର୍ଶାଇଛନ୍ତି।ଏହି କାରଣରୁ ଲାଲୁ ପ୍ରସାଦ ଯାଦବଙ୍କୁ ହସ୍ପିଟାଲରୁ ଜେଲରୁ ଅଣାଯାଇପାରୁନାହିଁ କିନ୍ତୁ ସକାରାତ୍ମକ ରିପୋର୍ଟ ମିଳିବା ମାତ୍ରେ ଲାଲୁଙ୍କୁ ଜେଲ୍‌କୁ ସିଫ୍‌ଟ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର