ଦୁର୍ବଳ ହେବାରେ ଲାଗିଛି ଲାଲୁଙ୍କ କିଡନି

ପାଟନା: ଚାରା ଦୁର୍ନୀତି ମାମଲାରେ ଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି | ଲାଲୁଙ୍କ କିଡନି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି | ଡାକ୍ତର କହିଛନ୍ତି ଯେ ଲାଲୁ ପ୍ରସାଦ ଯାଦବ ଯେତେବେଳେ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରୁ ମେଡିକାଲକୁ ଆସିଥିଲେ, ସେତେବେଳେ ତାଙ୍କ କିଡନି ୫୦ ପ୍ରତିଶତରୁ ଅଧିକ କାମ କରୁଥିଲା। କିନ୍ତୁ ବର୍ତ୍ତମାନ ଏହା ୨୫ ପ୍ରତିଶତ କ୍ଷମତା ସହିତ କାମ କରୁଛି | ଯଦି କିଡନିର କାର୍ଯ୍ୟଦକ୍ଷତା ଅଧିକ ହ୍ରାସ ହୁଏ, ତେବେ ଡାଏଲିସିସ କରିବାକୁ ପଡିପାରେ |

ରିମସ, ରାଞ୍ଚିର ଡାକ୍ତରୀ ଦଳ ଲାଲୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଏକ ରିପୋର୍ଟ ସରକାରଙ୍କୁ ଦେଇଛନ୍ତି | ତଥାପି ତିନି ଦିନ ପୂର୍ବେ ଲାଲୁ ପ୍ରସାଦ ଯାଦବଙ୍କୁ ରିମ୍ସରୁ ବିର୍ସା ମୁଣ୍ଡା କେନ୍ଦ୍ରୀୟ ଜେଲକୁ ପଠାଇବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା। ଆଜି କଂଗ୍ରେସର ବରିଷ୍ଠ ନେତା ସୁବୋଧ କାନ୍ତ ସହାୟ ଏବଂ ବିହାରର ଦୁଇ ଆରଜେଡି ବିଧାୟକ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଥିଲେ।

ଲାଲୁ ପ୍ରସାଦଙ୍କୁ ଭେଟିବା ପରେ ସୁବୋଧ କାନ୍ତ ସହାୟ ଗଣମାଧ୍ୟମକୁ କହିଛନ୍ତି ଯେ ଆରଜେଡି ସୁପ୍ରିମୋଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରେ ଲାଗିଛି | ଲାଲୁ ଯାଦବ ରାଞ୍ଚିର ରିମ୍ସରେ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପାଇଁ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ଲାଲୁ ଯାଦବ ଅନେକ ଥର ଜାମିନ ଆବେଦନ କରିଥିଲେ ମଧ୍ୟ ଜାମିନ ମଂଜୁର ହୋଇପାରିନାହିଁ ।

ସମ୍ବନ୍ଧିତ ଖବର