ଲାଲୁଙ୍କ ୧୧ ଜମି ‘ଦୁର୍ନୀତି ସମ୍ପତ୍ତି’ ଘୋଷଣା

ପାଟନା: ଦୁର୍ନୀତି ନିରୋଧ ଆଇନ ଅଧୀନରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ପାଖାପାଖି ୪୪.୭୫ କୋଟି ଟଙ୍କାର ୧୧ଟି ଜମିକୁ ‘ଦୁର୍ନୀତି ସମ୍ପତ୍ତି’ ଘୋଷଣା କରାଯାଇଛି। ପାଟନା ସ୍ଥିତ ଲାଲୁଙ୍କ ପରିବାରର ଉକ୍ତ ସମ୍ପତ୍ତିଗୁଡ଼ିକୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ବ୍ୟାଜାପ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ପ୍ରାରମ୍ଭରେ ଇଡି ଲାଲୁଙ୍କ ପାଟ୍‌ନା ସ୍ଥିତ ଦନାପୁରର ୩ଟି ୩ ଏକର ଜମିକୁ ଆଇଆରସିଟିସି ହୋଟେଲ ଦୁର୍ନୀତି ମାମଲାରେ ବାଜ୍ୟାପ୍ତ କରିଥିଲେ। ଲାଲୁଙ୍କର ଉକ୍ତ ସମ୍ପତ୍ତି ଗୁଡ଼ିକୁ ୯୦ ଦିନ ପାଇଁ ବାଜ୍ୟାପ୍ତ କରାଯାଉଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର