“ସେମାନେ ଭାରତୀୟ ରେଳକୁ ନଷ୍ଟ କରିଦେଲେ” ରେଳ ଦୁର୍ଘଟଣା ସମ୍ପର୍କରେ କହିଲେ ଲାଲୁ

ପାଟନା : ଓଡ଼ିଶାର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ସେ କହିଛନ୍ତି ଯେ ରେଳବାଇର ଘୋର ଅବହେଳା ଯୋଗୁଁ ଏପରି ଦୁର୍ଘଟଣା ହେଲା । ଏତେବଡ଼ ଦୁର୍ଘଟଣା ପାଇଁ ସେମାନେ ପ୍ରସ୍ତୁତ ନଥିଲେ ।  ଏହା ରେଳବାଇର ଏକ ବଡ଼ ଅବହେଳା ବୋଲି କହି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଓ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।  ଏହାପଛରେ ଏକ ବଡ଼ ଅବହେଳା ରହିଥିବା ଜଣାପଡୁଛି, ସେମାନେ ରେଳବାଇକୁ ନଷ୍ଟ କରିଦେଲେ  ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଓଡ଼ିଶା ରେଳ ଦୁର୍ଘଟଣାକୁ ନେଇ ବୟାନ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ  ତଥା ପୂର୍ବତନ ରେଳମନ୍ତ୍ରୀ ନୀତୀଶ କୁମାର । ସେ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ଏକ ଟୁଇଟ କରି ସେ ଲେଖିଛନ୍ତି, “ବାଲେଶ୍ୱରର ବାହାନଗା ରେଳ ଷ୍ଟେସନ ନିକଟରେ ଏକ ରେଳ ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ଏହି ଘଟଣାରେ ମୁଁ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି। ଭଗବାନ ମୃତକଙ୍କ ପରିବାରକୁ ଧୈର୍ଯ୍ୟ ସହିବା ପାଇଁ ଶକ୍ତି ଦିଅନ୍ତୁ। ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।“

ସମ୍ବନ୍ଧିତ ଖବର